Advertisment

ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

Advertisment

ଏଲ୍‌ନିନୋ ପ୍ରଭାବ ଯୋଗୁଁ ଏବର୍ଷ ବାତ୍ୟା ସଂଖ୍ୟା କମିପାରେ

ଏଲ୍‌ନିନୋ ପ୍ରଭାବ ଯୋଗୁଁ ଏବର୍ଷ ବାତ୍ୟା ସଂଖ୍ୟା କମିପାରେ

୨ ସହରରେ ତାପମାତ୍ରା ୪୦ ଡିଗ୍ରି ଛୁଇଁଲା: କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା

Skymet Weather

ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ ରହିଥାଏ। ଡିସେମ୍ବର ପର୍ଯ୍ୟନ୍ତ ସମୟ ଓଡ଼ିଶା ପାଇଁ ଏ ଦୃଷ୍ଟିରୁ ସମ୍ବେଦନଶୀଳ। ହେଲେ ଚଳିତ ବର୍ଷ ବିଶେଷ ବାତ୍ୟା ଆସିନପାରେ। ଏବେ ଏଲ୍‌-ନିନୋର ପ୍ରଭାବ ଅଧିକ ରହିଥିବାରୁ ଅପେକ୍ଷାକୃତ କମ୍ ବାତ୍ୟା ଆସିପାରେ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ପାଣିପାଗ ବିଭାଗର ଏହି ସୂଚନା ସ୍ବାଭାବିକ ଭାବେ ଓଡ଼ିଶାକୁ ଆଶ୍ବସ୍ତ କରିବ। ତଥାପି ଡିସେମ୍ବର ଯାଏ ପୂରା ପାଣିପାଗ ଚିତ୍ର ଉପରେ ସତର୍କ ନଜର ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେ ଆହୁରି କହିଛନ୍ତି ଯେ ୪ ତାରିଖ ପରେ ରାଜ୍ୟରେ ପରବର୍ତ୍ତୀ ୭ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନାହିଁ।

ଅନ୍ୟପକ୍ଷରେ ରାଜ୍ୟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ସ୍ବାଭାବିକ ସମୟରେ ଆରମ୍ଭ ହେବା ସମ୍ଭାବନା ଅଧିକ। ମାତ୍ର ସମ୍ପୂର୍ଣ୍ଣ ଓଡ଼ିଶାରୁ ମୌସୁମୀ ଫେରିବା‌ରେ ବିଳମ୍ବ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାାନ କରିଛନ୍ତି। ଫଳରେ ବାତ୍ୟା ସୃଷ୍ଟିରେ ମଧ୍ୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବାଧକ ହେବ। ଡ. ପଶୁପାଳକ କହିଛନ୍ତି ଯେ ପୂର୍ବ ବିହାର, ଧାନ୍‌ବାଦ୍‌ରୁ ଓଡ଼ିଶାର ରାଉରକେଲା ପର୍ଯ୍ୟନ୍ତ, ବିଶେଷକରି ପଶ୍ଚିମ ଓଡ଼ିଶାରୁ ‌ଅକ୍ଟୋବର ୧୫ ପାଖାପାଖି ମୌସୁମୀ ଅପସାରିତ ହୋଇପାରେ। କିନ୍ତୁ ଉପକୂଳ ଓଡ଼ିଶାରୁ ମୌସୁମୀ ଶୀଘ୍ର ଫେରିବାର ସମ୍ଭାବନା କ୍ଷୀଣ। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡର କିଛି ଅଞ୍ଚଳ ସହ ଉପକୂଳ ଓଡ଼ିଶାରେ ଏବେ ଦକ୍ଷିଣରୁ ସାମୁଦ୍ରିକ ପବନ ପ୍ରବାହିତ ହେଉଛି। ନିକଟରେ ଉତ୍ତରା ପବନ ବହିବାର ବିଶେଷ ସଙ୍କେତ ମିଳୁନାହିଁ। ଫଳରେ ମୌସୁମୀ ଟିକେ ବିଳମ୍ବରେ ଫେରିପାରେ ବୋଲି ସେ ଆକଳନ କରିଛନ୍ତି। ତେବେ ବାୟୁର ଗତିବିଧିକୁ ନେଇ ଅଧିକ ଅନୁଧ୍ୟାନ ଚାଲିଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ସ୍ବାଭାବିକ ଭାବେ ୧୭ ସେପ୍ଟେମ୍ବରରୁ ଦେଶରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ବର୍ଷ ୨୫ ସେପ୍ଟେମ୍ବରରୁ ଦକ୍ଷିଣ-ପଶ୍ଚିମ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିଥିଲା। ଅର୍ଥାତ ୮ ଦିନ ବିଳମ୍ବରେ ଦେଶରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଓଡ଼ିଶାରୁ ମୌସୁମୀ ଡେରିରେ ଫେରିବା ନେଇ ଆକଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe