ଏଥର ଠିକ୍ ସମୟରେ ମୌସୁମୀ!: ମେ’ ଓ ଜୁନ୍‌ରେ ସ୍ବାଭାବିକ ବର୍ଷା ସମ୍ଭାବନା

Advertisment

ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ ଓଡ଼ିଶା ଛୁଇଁବ। ସ୍ବାଭାବିକ ବର୍ଷା ମଧ୍ୟ ହେବ। ସମୁଦ୍ର ଓ ବାୟୁମଣ୍ଡଳର ସ୍ଥିତିରୁ ବିଶ୍ବର ପ୍ରମୁଖ ପାଣିପାଗ ସଂସ୍ଥାଗୁଡ଼ିକ ସଂଗ୍ରହ କରିଥିବା ତଥ୍ୟ ଅନୁଯାୟୀ ଏଭଳି ଆକଳନ କରାଯାଇଛି।

ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ ଓଡ଼ିଶା ଛୁଇଁବ। ସ୍ବାଭାବିକ ବର୍ଷା ମଧ୍ୟ ହେବ। ସମୁଦ୍ର ଓ ବାୟୁମଣ୍ଡଳର ସ୍ଥିତିରୁ ବିଶ୍ବର ପ୍ରମୁଖ ପାଣିପାଗ ସଂସ୍ଥାଗୁଡ଼ିକ ସଂଗ୍ରହ କରିଥିବା ତଥ୍ୟ ଅନୁଯାୟୀ ଏଭଳି ଆକଳନ କରାଯାଇଛି।

rain

ଭୁବନେଶ୍ବର: ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ ଓଡ଼ିଶା ଛୁଇଁବ। ସ୍ବାଭାବିକ ବର୍ଷା ମଧ୍ୟ ହେବ। ସମୁଦ୍ର ଓ ବାୟୁମଣ୍ଡଳର ସ୍ଥିତିରୁ ବିଶ୍ବର ପ୍ରମୁଖ ପାଣିପାଗ ସଂସ୍ଥାଗୁଡ଼ିକ ସଂଗ୍ରହ କରିଥିବା ତଥ୍ୟ ଅନୁଯାୟୀ ଏଭଳି ଆକଳନ କରାଯାଇଛି। ତେଣୁ ଚାଷୀମାନେ ସେହି ଅନୁସାରେ ପ୍ରସ୍ତୁତ ହେବାକୁ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳନ କହିଛନ୍ତି। ବିଭିନ୍ନ ମଡେଲ୍‌କୁ ଅନୁଧ୍ୟାନ କରି ପ୍ରଫେସର ପଶୁପାଳକ କହିଛନ୍ତି ଯେ ଏଥର ମୌସୁମୀ ପର୍ଯ୍ୟନ୍ତ ଏଲ୍‌-ନିନୋ ଆସିବ ନାହିଁ। ତେଣୁ ଜୁନ୍‌ ମାସରେ ସ୍ବାଭାବିକ ବର୍ଷା ହେବ। ସାଧାରଣତଃ ଏଲ୍‌-ନିନୋ ସମୟରେ ମୌସୁମୀ ବର୍ଷା କମିଥାଏ। ମୌସୁମୀକୁ ପ୍ରଭାବିତ କରୁଥିବା ଦ୍ବିତୀୟ କାରଣ ହେଉଛି ଇଣ୍ଡିଆନ୍‌ ଓସେନ୍‌ ଡାଇପୋଲ୍‌(ଆଇଓଡି)। ଆଇଇଡି ପଜେଟିଭ୍‌ ରହିଲେ ମୌସୁମୀ ବର୍ଷା ଭଲ ହୋଇଥାଏ। ଏଥର ଜୁନ୍‌ ପର୍ଯ୍ୟନ୍ତ ଆଇଇଡି ପଜିଟିଭ୍‌ ରହିବ। ଜୁଲାଇଠାରୁ ନେଗେଟିଭ୍‌ ହେବାକୁ ଥିବାରୁ ମୌସୁମୀରେ ଏହାର ପ୍ରଭାବ ପଡ଼ିବ। ଏପ୍ରିଲ ମାସରେ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ମେ’ ଓ ଜୁନ୍‌ରେ ସ୍ବାଭାବିକ ଏବଂ ଜୁଲାଇରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇପାରେ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ପରବର୍ତ୍ତୀ ସମୟରେ ପାଣିପାଗ ସ୍ଥିତିକୁ ନେଇ ଅଧିକ ଆକଳନ କରାଯିବ ବୋଲି ସେ କହିଛନ୍ତି।

ମେ’ ଓ ଜୁନ୍‌ରେ ସ୍ବାଭାବିକ ବର୍ଷା ସମ୍ଭାବନା
ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ

ଅନ୍ୟପକ୍ଷରେ ଗତକାଲିର ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଆଜି ଦକ୍ଷିଣପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ନିଜର ତୀବ୍ରତା ବଜାୟ ରଖିବା ସହ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଗତିର ଦିଗ ପରିବର୍ତ୍ତନ ସହ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସ୍ପଷ୍ଟଚିହ୍ନିତ ଲଘୁଚାପ ପ୍ରଭାବରେ ଆଜି ଉପକୂଳ ଓ ଉତ୍ତର ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବା ସହ ଅଧିକାଂଶ ସ୍ଥାନରେ ତାତିରୁ ସାମାନ୍ୟ ନିସ୍ତାର ମିଳିଛି। ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୯ ଥିବା ବେଳେ ଝାରସୁଗୁଡ଼ାରେ ୪୦.୨ ଓ ମାଲକାନଗିରିରେ ୪୦.୧ ଡିଗ୍ରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe