ଆଜି ରାଜ୍ୟର ୧୨ ଜିଲ୍ଲାରେ ବର୍ଷିବ, ୨୬ ପର୍ଯ୍ୟନ୍ତ ବର୍ଷା ଲାଗିରହିବ

Advertisment

ଏଯାଏ ସ୍ୱାଭାବିକଠାରୁ ୩୮% ନିଅଣ୍ଟିଆ

ଏଯାଏ ସ୍ୱାଭାବିକଠାରୁ ୩୮% ନିଅଣ୍ଟିଆ

ଆଜି ରାଜ୍ୟର ୧୨ ଜିଲ୍ଲାରେ ବର୍ଷିବ, ୨୬ ପର୍ଯ୍ୟନ୍ତ ବର୍ଷା ଲାଗିରହିବ

ଭୁବନେଶ୍ବର : ପୂର୍ବ ଝାଡ଼ଖଣ୍ଡ ଓ ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶାର ବାୟୁମଣ୍ଡଳ ଉପରେ ସମୁଦ୍ର ପତ୍ତନଠାରୁ ୧.୫କିମି ଓ ୫.୮ କିମି ମଧ୍ୟରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାକି ବାୟୁମଣ୍ଡଳରେ ଦକ୍ଷିଣ ଆଡ଼କୁ ଢଳିଛି। ଏହା ପ୍ରଭାବରେ ଆସନ୍ତା‌ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା(୭ ରୁ ୧୧ ସେମି) ହେବ। ସ୍ଥା‌େନ‌ ସ୍ଥାନେ ଅତିପ୍ରବଳ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ବରଗଡ଼, ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଉପକୂଳ ଓଡ଼ିଶା ସମେତ ବାକି ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଜୁନ୍‌ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ମୁଖ୍ୟତଃ ମେଘୁଆ ରହିବ। ୨୪ ତାରିଖରେ ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଧା, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ସେହିପରି ୨୫ ତାରିଖରେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ସମେତ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ୨୬ ତାରିଖରେ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ବଲାଙ୍ଗୀରରେ ବର୍ଷା ହେବା ନେଇ ଆକଳନ ହୋଇଛି। ସେପଟେ ଜୁନ ୧୪ ସୁଦ୍ଧା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀର ହାରାହାରି ବର୍ଷା ୧୪.୧ ମିମି ରହିଥିଲା। ଯାହାକି ସ୍ୱାଭାବିକ ବର୍ଷାଠାରୁ ୮୦% ନିଅଣ୍ଟିଆ ରହିଥିଲା। ରାଜ୍ୟକୁ ମୌସୁମୀ ଅଗ୍ରସର ହେବା ସହ ୨୧ ତାରିଖ ସୁଦ୍ଧା ଏହି ବର୍ଷା ପରିମାଣ ୭୮.୭ ମିମି ସହ ୭ ଦିନରେ ୪୨% ନିଅଣ୍ଟିଆ ଭରଣା ହୋଇଛି। ବର୍ତମାନ ସ୍ୱାଭାବିକ ବର୍ଷା ୩୮% କମ୍‌ ରହିଛି। ଆଜି ଦିନ ସମୟରେ କେନ୍ଦୁଝରରେ ସର୍ବାଧିକ ୫୩.୪ ମିମି ବର୍ଷା ହୋଇଛି। ଏହାବ୍ୟତୀତ ଜଗତ୍‌ସିଂହପୁରରେ ୩୯.୧, ଢେଙ୍କାନାଳରେ ୩୩.୬, ଯାଜପୁରରେ ୩୧, ବୌଦ୍ଧରେ ୨୨, କଟକରେ ୧୯.୬, ଚାନ୍ଦବାଲିରେ ୯.୬, ଭୁବନେଶ୍ବରରେ ୮, ସୋନପୁରରେ ୭.୨ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe