ମୌସୁମୀ ଋତୁରେ ରାଜ୍ୟରେ ବର୍ଷାର ପରିମାଣ ବଢୁଛି

ଭାରତର ତାପମାତ୍ରା ବଢ଼ିବାରେ ଲାଗିଛି। ଫଳରେ ମୌସୁମୀ ଋତୁରେ ରାଜ୍ୟର କନ୍ଧମାଳ, ରାୟଗଡ଼ ଏବଂ କେରାପୁଟ ଜିଲ୍ଲାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ପାଉଛୁ। ଏସବୁ ଜିଲ୍ଲାରେ ଅଧିକ ବର୍ଷା ହେଉଛି...

Monsoon season sees increase in rainfall in the state

Monsoon season sees increase in rainfall in the state

ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ସୋମବାର ଏହି ସମ୍ମିଳନୀର ପ୍ରଥମ ଦିନର ଦ୍ବିତୀୟ ଅଧିବେଶନରେ

ଜଳବାୟୁ ପରିବର୍ତ୍ତନ ଦୃଷ୍ଟିରେ ରାସ୍ତା ବିକାଶ ପ୍ରକଳ୍ପ ଶୀର୍ଷକ ଆଲୋଚନାରେ  ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୂର୍ତ୍ତ ବିଭାଗ ଇ.ଆଇ.ସି ତଥା ସ୍ୱତନ୍ତ୍ର ସଚିବ, ଲକ୍ଷ୍ମୀଧର ପାଢ଼ୀ, ପୂର୍ବ ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମ (ଓବିସିସି)ଜୟ କୃଷ୍ଣ ଦାସ ଯୋଗ ଦେଇଥିଲେ।

ଏହି ଅବସରରେ ପୂର୍ତ୍ତ ବିଭାଗ ଇ.ଆଇ.ସି ତଥା ସ୍ୱତନ୍ତ୍ର ସଚିବ, ଲକ୍ଷ୍ମୀଧର ପାଢ଼ୀ କହିଲେ, ପୁନଶ୍ଚ ପୃଥିବୀ ଅଭିଯାନକୁ ମୁଁ ଅଭିନନ୍ଦନ ଜଣାଉଛି। ଭାରତର ତାପମାତ୍ରା ବଢ଼ିବାରେ ଲାଗିଛି। ଫଳରେ ମୌସୁମୀ ଋତୁରେ ରାଜ୍ୟର କନ୍ଧମାଳ, ରାୟଗଡ଼ ଏବଂ କେରାପୁଟ  ଜିଲ୍ଲାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ପାଉଛୁ। ଏସବୁ ଜିଲ୍ଲାରେ ଅଧିକ ବର୍ଷା ହେଉଛି।

ଭାରତରେ ୬ ନିୟୁତ କିଲୋମିଟର ରାସ୍ତା ରହିଛି। ରାଜ୍ୟ ସରକାର ରାସ୍ତାର ସୁରକ୍ଷା ପାଇଁ ଜଳବାୟୁ ପରିବର୍ତ୍ତନ ନୀତି ଗ୍ରହଣ କରିଛନ୍ତି। ପ୍ରତି ରାଜ୍ୟ ରାଜପଥକୁ ୪ ଲେନ୍ କରିବାର ପ୍ରସ୍ତାବ ମଧ୍ୟ ରହିଛି।

ରାସ୍ତା ବିକଶିତ କରାଯିବା ବେଳେ ଜଳବାୟୁକୁ ପରିବର୍ତ୍ତନ କରୁ ନଥିବା ପ୍ରଣାଳୀକୁ ଗ୍ରହଣ କରାଯିବାର ଯୋଜନା ରହିଛି। ଜିଓ ସିନ୍ଥେଟିକ୍‌ର ବ୍ୟବହାର ମଧ୍ୟ କରାଯାଉଛି। ଯାହା ଦ୍ବାରା ପରି‌ବେଶ ସୁରକ୍ଷା କରାଯାଇ ପାରିବ। ଗଛ ଲଗା ଯାଉଛି। ଗଛ କଟା ବି ଯାଉଛି। ମାତ୍ର ଯଦି ଗଛ ରଖି ରାସ୍ତାର ସମ୍ପ୍ରସାରଣ କରାଯିବ ତେବେ ପରିବେଶ ସୁରକ୍ଷା ହୋଇ ପାରିବ ବୋଲି ସେ ମତପୋଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe