ସେପ୍ଟେମ୍ବର ୩୦ ପୂର୍ବରୁ ଓଡ଼ିଶା ବିଧାନସଭା ଅଧିବେଶନ: ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ସେପ୍ଟେମ୍ବର ୩୦ ପୂର୍ବରୁ ଓଡ଼ିଶା ବିଧାନସଭା ଅଧିବେଶନ: ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ଓଡ଼ିଶା ବିଧାନସଭା ଅଧିବେଶନ ବସିବ। ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

ଓଡ଼ିଶା ବିଧାନସଭାର ଶେଷ ଅଧିବେଶନ ଗତ ମାର୍ଚ୍ଚ ୩୦ରେ ବସିଥିଲା। ନିୟମ ଅନୁସାରେ ପରବର୍ତ୍ତୀ ଅଧିବେଶନ ୬ ମାସ ମଧ୍ୟରେ ହେବ। ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି, ଗୃହ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସେପ୍ଟେମ୍ବେର ୩୦ ପୂର୍ବରୁ ବିଧାନସଭା ଅଧିବେଶନ ବସିବ।

କରୋନା ସଂକଟ କାଳରେ ନିକଟରେ କର୍ଣ୍ଣାଟକ ଏବଂ ରାଜସ୍ଥାନ ବିଧାନସଭାର ଅଧିବେଶନ ବସିଛି। ଅଧିବେଶନ ସମୟରେ ସମସ୍ତଙ୍କୁ କୋଭିଡ ନିୟମ ପାଳନ କରିବାକୁ ପଡ଼ିବ। ବିଧାନସଭା ଅଧିବେଶନ ପରିଚାଳନା ନେଇ ମୁଁ ମୋର କର୍ଣ୍ଣାଟକ ଏବଂ ରାଜସ୍ଥାନ ସମକକ୍ଷଙ୍କ ସହ କଥା ହୋଇଛି। ଏଥି ସହିତ ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ସଚିବଙ୍କ ପରାମର୍ଶ ମଧ୍ୟ ନେଇଛି। ସମସ୍ତେ ସାମାଜିକ ଦୂରତ୍ୱ ରକ୍ଷା କରି ଗୃହ ପରିଚାଳନା କରିବାକୁ ପରାମର୍ଶ ଦେଇଛନ୍ତି।

ଅଧିବେଶନ ପାଇଁ ଆମେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ସହିତ କଥା ହୋଇ ତାରିଖ ନିର୍ଦ୍ଧାରଣ କରିବୁ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନ କେଉଁଠି ବସିବ ତାହା ମଧ୍ୟ ନିଷ୍ପତ୍ତି ହୋଇନାହିଁ। ପରବର୍ତ୍ତୀ ଅଧିବେଶନ ନେଇ ଯଦିଓ ତାରିଖ ଓ ସ୍ଥାନ ନିର୍ଦ୍ଧାରଣ ହୋଇପାରି ନାହିଁ, ତଥାପି ଏହା ଖୁବ ଶୀଘ୍ର ଜଣାପଡ଼ିବ ବୋଲି ବାଚସ୍ପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe