୨୯ରୁ ବିଧାନସଭା, ବିନା ପ୍ରଶ୍ନକାଳରେ ହେବ ଅଧିବେଶନ

Advertisment

କେବଳ ଅଣତାରକା ପ୍ରଶ୍ନକୁ ଅନୁମତି , ରବିବାର ବି ଚାଲିବ, ମୋଟ ୮ କାର୍ଯ୍ୟଦିବସ

କେବଳ ଅଣତାରକା ପ୍ରଶ୍ନକୁ ଅନୁମତି , ରବିବାର ବି ଚାଲିବ, ମୋଟ ୮ କାର୍ଯ୍ୟଦିବସ

ଗୃହ ସ୍ବାଭାବିକ ପାଇଁ ବାଟ ଖୋଲିଲା

www.indiatvnews.com

ଭୁବନେଶ୍ୱର : ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ଏହି ଅଧିବେଶନ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ନେଇ ଆଜି ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମୋଟ ୮ଟି କାର୍ଯ୍ୟ ଦିବସରେ କୌଣସି ଦିନ ପ୍ରଶ୍ନକାଳ ଅନୁଷ୍ଠିତ ହେବନାହିଁ। କେବଳ ବିଧାୟକମାନଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦିଆଯିବ ବୋଲି ସ୍ଥିର କରାଯାଇଛି। ଖାଲି ସେତିକି ନୁହେଁ, କୋଭିଡ୍‌ ମହାମାରୀ ପାଇଁ ସାମାଜିକ ଦୂରତା ନିୟମ ଅନୁପାଳନ ପୂର୍ବକ ମନ୍ତ୍ରୀ ଓ ଗୃହର ସଭ୍ୟମାନଙ୍କ ଆସନ ପାଇଁ ବିଧାନସଭା ମୁଖ୍ୟ ହଲ୍‌ ସମେତ ଦର୍ଶକ ଗ୍ୟାଲେରିକୁ ବ୍ୟବହାର କରାଯିବ।

ବିଜ୍ଞପ୍ତି ଅନୁଯାୟୀ ସେପ୍ଟେମ୍ବର ୨୯ ଓ ୩୦ ସମେତ ଅକ୍ଟୋବର ୧ରୁ ୫ ଓ ୭ ତାରିଖ ସରକାରୀ କାର୍ଯ୍ୟ ଦିବସ ଧାର୍ଯ୍ୟ କରାଯାଇଛି। ଅକ୍ଟୋବର ୬ ତାରିଖରେ କେବଳ ଗୋଟିଏ ଦିନ ବେସରକାରୀ କାର୍ଯ୍ୟଦିବସ ରହିଛି। ବିରୋଧୀଙ୍କ ଦାବି ମୁତାବକ ବିଧାନସଭା ମୌସୁମୀ ଅଧିବେଶନରେ ଖବର ସଂଗ୍ରହ ପାଇଁ ସାମ୍ବାଦିକମାନଙ୍କୁ ଅନୁମତି ମିଳିବ କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ଏ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ପରବର୍ତ୍ତୀ ସମୟରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe