୫ଦିନ ପରେ ଓଡ଼ିଶା ଛୁଇଁଲା ମୌସୁମୀ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

ଆସୁଛି ଦୁଇଟି ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା, ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ

sciencing.com

ଭୁବନେଶ୍ବର : ସବୁ ଅପେକ୍ଷାର ଅନ୍ତ ଘଟାଇ ୫ ଦିନ ବିଳମ୍ବରେ ଓଡ଼ିଶା ଛୁଇଁଛି ମୌସୁମୀ ବ‌ାୟୁ। ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଆଜି ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହୋଇଥିବା ବେଳେ ନୂଆପଡ଼ା, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଆଂଶିକ ଭାବେ ମୌସୁମୀ ସକ୍ରିୟ ହୋଇଛି। ଫଳରେ ଏସବୁ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଯାଇଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଆଉ କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବା ପାଇଁ ଅନୁକୂଳ ବାତାବରଣ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

publive-image The Bangkok Post

ଅନ୍ୟପଟେ ଗୁରୁବାର ଦିନ ରାଜ୍ୟର ତାପମାତ୍ରା ଆଖିଦୃଶିଆ ଭାବେ ହ୍ରାସ ପାଇଛି। ଗୁରୁବାର ଦିନ ରାଜ୍ୟର ସମସ୍ତ ଜିଲ୍ଲାର ତାପମାତ୍ରା ୩୯ ଡିଗ୍ରି ତଳକୁ ଖସିଛି। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ପାରଳାଖେମୁଣ୍ଡି ଓ ଢେଙ୍କାନାଳରେ ୩୮ ଡିଗ୍ରି ରେକର୍ଡ ହୋଇଛି। ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିସ୍ତୃତ ଭାବେ ପ୍ରାକ୍‌-ମୌସୁମୀ ବର୍ଷା ହେବ। ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଧା ଓ ପୁରୀ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିସହ ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, କେନ୍ଦୁଝର ଓ ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିଭଳି ୧୮ ତାରିଖରୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନ‌ରେ ବର୍ଷା ଜାରି ରହିବ।

ଏବେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏଥିସହ ମୌସୁମୀ ସକ୍ରିୟ ହେବାକୁ ଅନୁକୂଳ ବାତାବରଣ ରହିଥିବାରୁ ଏବେ ମୌସୁମୀ ଓ ପ୍ରାକ୍‌-ମୌସୁମୀଜନିତ ବର୍ଷା ରାଜ୍ୟରେ ଜାରି ରହିବ। ଗୁରୁବାର ଦିନ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିଥିବା ବେଳେ ଆଜି ମଧ୍ୟ ଏହି ସବୁ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ସର୍ବାଧିକ ଦିନ ତାପମାତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ରାତ୍ରି ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ। ଆଜି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe