The News Minute
ଭୁବନେଶ୍ବର : ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ବାରା ୨୦୧୮-୧୯ ମସିହାରେ ରାଜ୍ୟର କୃଷି ପରିବାରର ମାସିକ ଆୟ ୫୧୧୨ଟଙ୍କା ଥିବା ନେଇ ଆକଳନ ହୋଇଛି।
ବିଧାୟକ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ପ୍ରଶ୍ନ ବର୍ତ୍ତମାନ ରାଜ୍ୟରେ ଚାଷୀଙ୍କ ହାରାହାରି ବାର୍ଷକ ଆୟ କେତେର ଉତ୍ତର ଦେଇ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ତଥ୍ୟ ଦେଇଛନ୍ତି। ବିଧାୟକ ବର୍ତ୍ତମାନର ଆୟ ବିଷୟରେ ପଚାରିଥିଲେ ହେଁ ମନ୍ତ୍ରୀ ୪ବର୍ଷ ତଳେ ମାସିକ ଆୟ କେତେ ଥିଲା ତା’ର ଉତ୍ତର ଦେଇଛନ୍ତି।
ବିଧାୟକ ଶ୍ରୀ ଖୁଣ୍ଟିଆଙ୍କ ଅନ୍ୟ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି ଯେ ରାଜ୍ୟରେ କାଳିଆ ଯୋଜନା ପ୍ରଚଳନ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ମୋଟ୍ ୪୦,୨୨,୨୮୫ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୭,୮୯,୧୦୩ଜଣ ଭୂମିହୀନ କୃଷି ପରିବାରକୁ କାଳିଅା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।
କାଳିଆ ଯୋଜନାରେ ସମସ୍ତ ଯୋଗ୍ୟ କ୍ଷୁଦ୍ର/ନାମମାତ୍ର ହିତାଧିକାରୀଙ୍କୁ ରବି ୨୦୧୮-୧୯ ଓ ଖରିଫ ୨୦୧୯ ବର୍ଷ ପାଇଁ ପ୍ରତ୍ୟେକ କିସ୍ତିରେ ୫ହଜାର ଟଙ୍କା ଲେଖାଏ୍ଁ ଏବଂ ୨୦୨୦-୨୧ ବର୍ଷ ଠାରୁ ପ୍ରତ୍ୟେକ କିସ୍ତିରେ ୨ହଜାର ଟଙ୍କା ଲେଖାଏଁ ବର୍ଷକୁ ଦୁଇଟି କିସ୍ତିରେ (ରବି ଓ ଖରିଫ) ଋତୁେର ମୋଟ୍ ୪ହଜାର ଟଙ୍କା ପ୍ରଦାନ କରାଯାଉଛି। ସେହିପରି ପ୍ରତ୍ୟେକ ଭୂମିହୀନ କୃଷି ପରିବାରକୁ ସମୁଦାୟ ତିନିଟି କିସ୍ତିରେ ୧୨,୫୦୦ଟଙ୍କା ପ୍ରଦାନ କରାଯାଇଛି।
Follow Us