‘ସମ୍ବାଦ ସାହିତ୍ୟଘର’ର ମାସିକ ବୈଠକ: ଚାରାରୋପଣ କରି ଯତ୍ନ ନେବାକୁ ଆହ୍ବାନ

‘ସମ୍ବାଦ ସାହିତ୍ୟଘର’ର ମାସିକ ବୈଠକ: ଚାରାରୋପଣ କରି ଯତ୍ନ ନେବାକୁ ଆହ୍ବାନ

ଦେଓଗାଁ: ରବିବ‌ାର ଅପରାହ୍ଣରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ସମ୍ବାଦ ସାହିତ୍ୟଘରର ୧୦୮ ତମ ବୈଠକ ସାଲେପାଲି ଜଗତବନ୍ଧୁ ବିଶ୍ବଭାରତୀ ଶିକ୍ଷା ନିକେତନ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବ୍ଲକ୍‌ ସଭାପତି ଡ. ସୁଧାଂଶୁ ମେହେର ସଭାପତିତ୍ବ କରିଥିଲେ। ବିଡିଓ ରାମଦତ୍ତ ଭୋଇ ମୁଖ୍ୟ ଅତିଥି, ଗୁଡ଼ଭେଲା ବ୍ଲକ୍‌ ସମ୍ବାଦ ସାହିତ୍ୟଘରର ସଂପାଦକ ତଥା ନିଶାନର ସଂପାଦକ ହେମନ୍ତ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସଭା ପ୍ରାରମ୍ଭରୁ ଶିକ୍ଷା ନିକେତନ ପରିସର ଓ ସାଲେପାଲି-ବଗଡ଼ା ରାସ୍ତା କଡ଼ରେ ବିଭିନ୍ନ ପ୍ରକାର ଗଛର ବିହନ ବୁଣାଯାଇଥିଲା।

ପରେ ସଭାଗୃହରେ ଅନୁ‌ଷ୍ଠିତ କାର୍ଯ୍ୟକ୍ରମରେ ତୃପ୍ତିମୟୀ ତ୍ରିପାଠୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଅନୁ‌ଷ୍ଠାନର ସଂପାଦକ ଧନେଶ୍ବର ଥନାପତି ବିବରଣୀ ପାଠ ଓ ସହସଂପାଦକ ପ୍ରଦୀପ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଲୋକଙ୍କୁ ସଚେତନ କରି ବୃକ୍ଷରୋପଣ କରିବା ଓ ଗଛର ଯତ୍ନ ନେବା ପାଇଁ ମତ ପ୍ରକାଶ ପାଇଥିଲା। ଆକଶବାଣୀ କଣ୍ଠଶିଳ୍ପୀ ନାରାୟଣ ଦଣ୍ଡସନାଙ୍କ ସଙ୍ଗୀତ ଗାନ ପରେ ବରିଷ୍ଠ ସଭ୍ୟ ତଥା ଆକାଶବାଣୀ କଳାକାର କବି ଦଶରଥ ସାମଲ, ଶୁଭେନ୍ଦୁ ଷାଣ୍ଢ, ନିତ୍ୟାନନ୍ଦ ଷଡ଼ଙ୍ଗୀ, ଅବନୀ ସାହୁ, ଭକ୍ତବନ୍ଧୁ ସାହୁ, ସୁବଳ ସାହୁ, ହେମବନ୍ତୀ ଭାଟି, ନିରୁପମା ତନ୍ତୀ, ଅହଲ୍ୟା ଥନାପତି, ରାଧାକୃଷ୍ଣ ମେହେର, ନନ୍ଦୁଲାଲ ମେହେର, ବିନାୟକ ମେହେର, ପ୍ରହ୍ଲାଦ ଦଣ୍ଡସନା ପ୍ରମୁଖ କବିତା ପାଠ କରିଥିଲେ। କବିତା ଆସରକୁ ସଂଯୋଜନା କରିଥିଲେ ସହସଂପାଦକ ପ୍ରଦୀପ ତ୍ରିପାଠୀ। ବ୍ଲକ୍‌ ସଂଯୋଜକ କିଶୋର ସାହୁ ଧନ୍ୟବାଦ ଦେଇଥିଲେ। ଶେଷଦେବ ମେଲ୍ଲୀ କାର୍ଯ୍ୟକ୍ରମ ପରିଚାଳନାର ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe