ଭବାନୀପାଟଣା ସମ୍ବାଦ ସାହିତ୍ୟଘର ପକ୍ଷରୁ ମାସିକ ସାରସ୍ୱତ ଆସର

Advertisment

ସମ୍ବାଦ ସାହିତ୍ୟଘର ମାଧ୍ୟମରେ ମାନବିକ ମୂଲ୍ୟବୋଧର ବାର୍ତ୍ତାକୁ ବଞ୍ଚାଇବା ପାଇଁ ପ୍ରୟାସ

ସମ୍ବାଦ ସାହିତ୍ୟଘର ମାଧ୍ୟମରେ ମାନବିକ ମୂଲ୍ୟବୋଧର ବାର୍ତ୍ତାକୁ ବଞ୍ଚାଇବା ପାଇଁ ପ୍ରୟାସ

ଭବାନୀପାଟଣା ସମ୍ବାଦ ସାହିତ୍ୟଘର ପକ୍ଷରୁ ମାସିକ ସାରସ୍ୱତ ଆସର

ଭବାନୀପାଟଣା : ସଂପ୍ରତି କରୋନା ଭଳି ଭୟଙ୍କର ମହାମାରୀର ପ୍ରକୋପରେ ସମଗ୍ର ବିଶ୍ୱ ଆତଙ୍କିତ ଥିବାବେଳେ ସାହିତ୍ୟ ମାଧ୍ୟମରେ ମାନବିକ ମୂଲ୍ୟବୋଧର ବାର୍ତ୍ତା ବଞ୍ଚିବା ପାଇଁ ନୂଆ ବିଶ୍ୱାସ ସୃଷ୍ଟି ହେଉଛି ବୋଲି ଅନୁଷ୍ଠିତ ସମ୍ବାଦ ସାହିତ୍ୟ ଘରର ମାସିକ ସାରସ୍ୱତ ଆସରରେ କବିମାନେ ମତବ୍ୟକ୍ତ କରିଥିଲେ । ଭବାନୀପାଟଣା ସମ୍ବାଦ ସାହିତ୍ୟ ଘର ଅଗଷ୍ଟ ୯ ତରଫରୁ ପବିତ୍ର କ୍ରାନ୍ତି ଦିବସ ଅବସରରେ ଆୟୋଜିତ ଭର୍ଚୁଆଲ୍ ସାରସ୍ଵତ ଆସରରେ ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶିଙ୍କ ଅଧ୍ୟକ୍ଷତାରେ ଗାଳ୍ପିକ ପ୍ରକାଶ ନିଶଙ୍କ, ଅଧ୍ୟାପକ ଜୟଦେବ ସାହୁ ଓ ସଂଗଠକ ଅଶୋକ କୁମାର ପଟ୍ଟନାୟକ ଅତିଥି ଭାବେ ଯୋଗଦେଇଥିଲେ । ଯୁବକବି ଆଶୁତୋଷ ପୁରୋହିତଙ୍କ ସଂଯୋଜନା ଓ ପରିଚାଳନାରେ କବି ସଂଜୀବ କୁମାର ପଣ୍ଡା, ଶ୍ୟାମ ସୁନ୍ଦର ବାଣୁଆ, ଗୀତାଞ୍ଜଳି ମହାନ୍ତି, ସୁକାନ୍ତ ସାହୁ, ମିନତି ପ୍ରଧାନ, ଦୀପ୍ତି ମୁଣ୍ଡ, ଯୁଧିଷ୍ଠିର ମୁଦୁଲି, ସୁଦେଷ୍ଣା ପଣ୍ଡା, ସବିତା ଶତପଥୀ, ନାହେଦା ଶାହିନ, ଡିଲେଶ୍ୱର ରଣା, ରମଣ କୁମାର ନାଗ, ଆରତି କବି, ଅଶୋକ ମିଶ୍ର , ହେମନ୍ତ ରାୟ ପ୍ରମୁଖ କବିତା ପାଠ କରିଥିଲେ । ସାହିତ୍ୟ ଘର ସଂପାଦକ ବିରଞ୍ଚି ନାରାୟଣ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe