ମାସେ ପରେ ବି ଅପହୃତା ନାବାଳିକାର ପତ୍ତା ମିଳୁନି

Advertisment
ବିଳମ୍ବିତ ରାତିରୁ ଦଣ୍ତୁଆ ନିଖୋଜ‌ ନେଇ ଥାନାରେ ଅଭିଯୋଗ

alaskasnewssource.com

କୁହିକା : ସୁକିନ୍ଦା ଥାନା ଲେମ୍ବୋ ପଞ୍ଚାୟତ ଅନ୍ତର୍ଗତ ମାଟିଗାଡ଼ିଆ (ବେଠିଆହତା) ଗ୍ରାମର ଜଣେ ନାବାଳିକା(୧୬)ଙ୍କର ନିଖୋଜ ହେବାର ମାସେ ପରେ ବି କୌଣସି ଖୋଜଖବର ମିଳୁନାହିଁ।

ଗତ ସେପ୍ଟେମ୍ବର ୧୮ ତାରିଖରେ ନାବାଳିକା ଜଣକ ସୁକିନ୍ଦା ଯାଇଥିବା ବେଳେ ପୂର୍ବରୁ ତାଙ୍କ ଘରେ କାଠ କାମ କରୁଥିବା ଭଗବାନ ମହାରଣା ନାମକ ଜଣେ ବ୍ୟକ୍ତି ଝିଅକୁ ସ୍କୁଟି ସହ ଅପହରଣ କରିନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୁକିନ୍ଦା ଥାନାରେ ସେପ୍ଟେମ୍ବର ୨୨ ତାରିଖରେ ଏନେଇ ୧୫୧/୨୦ ରେ ଏକ ମାମଲା ରୁଜୁ ହୋଇଛି।

ତେବେ ଦୀର୍ଘଦିନ ପରେ ବି ଝିଅର କୌଣସି ପତ୍ତା ନମିଳିବାରୁ ପରିବାର ଲୋକେ ନିରାଶ ହୋଇପଡ଼ିଛନ୍ତି। ଯାଜପୁର ଏସ୍‌ପିଙ୍କୁ ଗତ ୧୫ ତାରିଖରେ ଭେଟି ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି। ମାସେରୁ ଅଧିକ ସମୟ ହୋଇଯାଇଥିଲେ ମଧ୍ୟ ଝିଅ ପତ୍ତା ମିଳୁନାହିଁ। ଏଥିପାଇଁ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe