ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ବନ୍ଦ ହେବ: ସ୍ବତନ୍ତ୍ର ରିଲିଫ୍ କମିସନର

Advertisment
ସୁବର୍ଣ୍ଣରେଖାରେ ବଡ଼ ବନ୍ୟାର ଆଶଙ୍କା ରହିଛି: ସ୍ବତନ୍ତ୍ର ରିଲିଫ୍ କମିସନର

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଜ୍ୟ ସରକାର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ। ସେ କହିଛନ୍ତି, ବର୍ତ୍ତମାନ ହୀରାକୁଦ ଡ୍ୟାମର ୨୪ଟି ଗେଟ ଖୋଲା ଅଛି। ଏଠାରେ ମହାନଦୀର ଜଳସ୍ତର ରହିଛି ୬୨୧.୯୩। ଏଠାରୁ ୩ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିବା ବେଳେ ୪ ଲକ୍ଷ କ୍ୟୁସେକ୍ ପାଣି ନିସ୍କାସିତ ହେଉଛି। ଆସନ୍ତାକାଲି ସୁଦ୍ଧା ଏହା ୬୨୦.୫ରେ ପହଞ୍ଚିବାର ସମ୍ଭାବନା ରହିଛି । ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ବନ୍ଦ ହେବ। ଅର୍ଥାତ ୨୦ଟି ଗେଟ ଖୋଲା ରହିବ। ଗତକାଲି ବର୍ଷା ପ୍ରଭାବରେ ହୀରାକୁଦ ତଳ ମୁଣ୍ଡରେ ପାଣି ବଢିବ। ତେଣୁ ୪ଟି ଗେଟ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି।
ମୁଣ୍ଡଳୀର ତଳ ମୁଣ୍ଡରେ ଜଳସ୍ତର କମିଛି । ଆଉ ନୂଆ ଘାଇ ହୋଇନାହିଁ । ତଥାପି ଗାଁ ମାନଙ୍କରେ ପାଣି ଖସି ନାହିଁ । ୯ ଲକ୍ଷ ତଳକୁ ଗଲେ ପାଣି ଖସିବ। ମୁଣ୍ଡଳୀଠାରେ୯ ଲକ୍ଷ ୪୮ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଛି। ଧୀରେ ଧୀରେ କମୁଛି। ଆଗରୁ ଯେତିକି ବର୍ଷା ହୋଇଥିଲା ତାହା ଏବେ ମିଶୁଛି। ସେଥିପାଇଁ ଧୀରେ ଧୀରେ ଖସୁଛି।
ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଗତକାଲି ବିଭିନ୍ନ ସ୍ଥାନରେ ବର୍ଷା ୨୦ ମିଲି ହୋଇଛି। ବୌଦ୍ଧରେ ୭୧.୩ମିଲି ବର୍ଷା ହୋଇଛି। ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ ସର୍ବାଧିକ ବର୍ଷା ହୋଇଛି। ୧୯ଟି ବ୍ଲକରେ ୪୦ରୁ ୫୦ ମିଲି ବର୍ଷା ହୋଇଛି।
ରାଜ୍ୟର ୨ ଲକ୍ଷ ୭୭ ହଜାର ୯୯୫ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିଲେ। ଗତକାଲି ସୁଦ୍ଧା ୨ ଲକ୍ଷ ୪୩ ହଜାର ୩୪୩ଜଣଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ବିଭିନ୍ନ ସ୍ଥାନରେ ୧୫୯ଟି ମେଡିକାଲ କ୍ୟାମ୍ପ, ୧୧୦ ମୋଵାଇଲ ଟିମ ବୁଲୁଛନ୍ତି। ୫ଟି ସାପ କାମୁଡା କେସ ଆସିଛି ।
୨୮୫ଟି କାଟେଲ କ୍ୟାମ୍ପ୍। ୧୦ହଜାର ପଶୁଙ୍କୁ ଚିକିତ୍ସା କରାଯାଇଛି। ୧୪ ହଜାର ୪୮୮ ଟିକା ଦିଆଯାଇଛି । ୭ଟି ଜିଲ୍ଲାରେ ୨୩୧ ମେଟ୍ରିକ ଟନ ଗୋଖାଦ୍ୟ ପହଞ୍ଚାଯାଇଛି। ଗୋଖାଦ୍ୟ ବଣ୍ଟନରେ କୌଣସି ଅସୁବିଧା ହେବ ନାହିଁ ।
ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ୫ଟି ଜିଲ୍ଲାରେ ୧୫ ଦିନ ରିଲିଫ ଦିଆଯିବ। ଅନ୍ୟ ୫ଟି ଜିଲ୍ଲାରେ ୭ ଦିନ ରିଲିଫ ଦିଆଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe