ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚିତ ୪୦ ଲକ୍ଷ ପିଲା, ବିକଳ୍ପ ବାଟ ଖୋଜୁଛନ୍ତି ସରକାର

Advertisment

‘ମୋହଲା କ୍ଲାସ’ ନେଇ ଚାଲିଛି ଆଲୋଚନା

‘ମୋହଲା କ୍ଲାସ’ ନେଇ ଚାଲିଛି ଆଲୋଚନା

ମହାମାରୀ ସମୟରେ ମହଙ୍ଗା ହେଉଛି ଅନ୍‌ଲାଇନ ଶିକ୍ଷା, ବର୍ଦ୍ଧିତ ଡାଟା ଦରକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ-ଅଭିଭାବକ

IndiaTV News

ଭୁବନେଶ୍ବର : କ୍ଲାସରୁମ୍‌ ପାଠପଢ଼ା ହୋଇପାରୁନି। ଟିଭି ସହ ଅନ୍‌ଲାଇନ୍‌ ଯଥା ‌ୟୁଟ୍ୟୁବ୍‌ ମାଧ୍ୟମରେ ପାଠପଢ଼ା ଚାଲିଥିଲେ ମଧ୍ୟ ତାହା ସବୁ ପିଲାଙ୍କ ନିକଟରେ ପହଞ୍ଚି ପାରୁନାହିଁ। ପ୍ରଥମରୁ ୧୦ମ ଶ୍ରେଣୀର ମାତ୍ର ୧୮ରୁ ୨୦ ପ୍ରତିଶତ ପିଲା ୟୁଟ୍ୟୁବ୍‌ରୁ ପଢ଼ୁଛନ୍ତି। ଆହୁରି ୮୦ ପ୍ରତିଶତ ପିଲା ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିସହ ନେଟ୍‌ୱାର୍କ ସମସ୍ୟା ଯୋଗୁଁ ବହୁ ପିଲାଙ୍କ ପାଖରେ ସବୁ ସୁବିଧା ଥାଇ ମଧ୍ୟ ଅନ୍‌ଲାଇନ୍‌ ଶିକ୍ଷା ପାଉନାହାନ୍ତି। ତାହାକୁ ଦୃଷ୍ଟିରେ ରଖି ବିକଳ୍ପ ବାଟ ଖୋଜୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସିଟି ତାଲିମ ନେଉଥିବା ୧୦ହଜାର ଛାତ୍ରଛାତ୍ରୀ ନିଜ ଗାଁରେ ପଢ଼ାଇବେ ବୋଲି କୁହାଯାଇଛି। ଏହାଦ୍ବାରା ମାତ୍ର ଏକ ଲକ୍ଷ ପିଲା ଶିକ୍ଷା ପାଇପାରିବେ। ତା’ ପରେ ବି ଆହୁରି ୪୦ ଲକ୍ଷରୁ ଅଧିକ ପିଲାଙ୍କୁ କେଉଁ ପଦ୍ଧତିରେ ପଢ଼ାଯିବ, ସେନେଇ ଚଳିତ ସପ୍ତାହରେ ଏକାଧିକ ବୈଠକ କରାଯାଇ ମାନସମନ୍ଥନ ହୋଇଛି।

publive-image

ବିକଳ୍ପ ବ୍ୟବସ୍ଥା ନେଇ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ବାରା ଗତ ଦୁଇଦିନ ଧରି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସେଥିରେ ବିକଳ୍ପ ଶିକ୍ଷା ପଦ୍ଧତି ଉପରେ ବ୍ୟାପକ ଆଲୋଚନା ହୋଇଛି। ଉଭୟ ଅଧିବେଶନରେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସଭାପତିତ୍ବ କରି ଓଡ଼ିଶାର ଅନୁଭୂତିକୁ ବର୍ଣ୍ଣନା କରିବା ସହ ଶ୍ରୀଲଙ୍କା ଓ ଅନ୍ୟ ରାଜ୍ୟଗୁଡ଼ିକ ଗ୍ରହଣ କରିଥବା ପଦକ୍ଷେପରୁ ଯାହା ଶିକ୍ଷା ମିଳିଛି, ତାହାକୁ ଆଗାମୀ ଦିନରେ ଓଡ଼ିଶାରେ କିଭଳି ଆଦୃତ କରାଯାଇପାରିବ ସେ ଉପରେ ମତବ୍ୟକ୍ତ କରିଥିଲେ।

publive-image

ଅନ୍ୟପକ୍ଷରେ ଛତିଶଗଡ଼ରେ ଶିକ୍ଷକମାନେ ନିଜ ଗାଁର ପିଲାମାନଙ୍କୁ ପଢ଼ାଉଛନ୍ତି। ତାହାକୁ ମୋହଲା କ୍ଲାସ କୁହାଯାଉଛି। ତାହାକୁ ଆଧାର କରି ଓଡ଼ିଶାରେ ମଧ୍ୟ ‘ମୋହଲା କ୍ଲାସ’ ଆରମ୍ଭ କରିବା ନେଇ ବିଚାରବିମର୍ଶ ହେଉଛି। ବିଶେଷକରି ଓଡ଼ିଶା ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନ୍‌ଲାଇନ୍‌ ପାଠପଢ଼ା ଫେଲ୍‌ ମାରିଥିବାରୁ ରାଜ୍ୟ ସରକାର ଏହି ବ୍ୟବସ୍ଥା ଆପଣାଇବାକୁ ଚିନ୍ତା କରୁଛନ୍ତି। ତେବେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯାଇନାହିଁ। କାରଣ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଏ ପର୍ଯ୍ୟନ୍ତ କରୋନା ଟିକା ଦିଆଯାଇ ନାହିଁ। ତେଣୁ ଶିକ୍ଷକମାନଙ୍କ ତଥ୍ୟ ସଂଗ୍ରହ କରାଯାଇ ଏହା ଉପରେ ଚୂଡ଼ାନ୍ତ ରୂପରେଖ ପ୍ର୍ରସ୍ତୁତ ହେବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe