ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା: ଆଉ ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

Advertisment

କରଞ୍ଜମାଳର ପୂର୍ବତନ ସରପଞ୍ଚ ରମେଶ ନାୟକଙ୍କୁ ଏଯାଏ ଗିରଫ କରିନି ପୁଲିସ

କରଞ୍ଜମାଳର ପୂର୍ବତନ ସରପଞ୍ଚ ରମେଶ ନାୟକଙ୍କୁ ଏଯାଏ ଗିରଫ କରିନି ପୁଲିସ

ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା: ଆଉ ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

odia.news18.com

ଭଦ୍ରକ/ଧାମରା: ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ପୁଲିସ ବିଳମ୍ବିତ ରାତିରେ ଆଉ ୫ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଏହାଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ତେବେ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କରଞ୍ଜମାଳର ପୂର୍ବତନ ସରପଞ୍ଚ ରମେଶ ନାୟକଙ୍କୁ ଏଯାଏ ପୁଲିସ ଧରିବାରେ ସକ୍ଷମ ହୋଇନଥିବା ହେତୁ ବିଜେପି ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ନିର୍ବାଚନ ପ୍ରଚାରର ଶେ‌ଷ ଦିନରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାନକୁଟା ଗାଁରେ ପ୍ରଚାରରୁ ଫେରିଲା ବେଳେ ୨୦ରୁ ଅଧିକ ବିଜେପି କର୍ମୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଏଥିରେ ବିଜେପି ରାଜ୍ୟ  ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସହ ୪ ଜଣ ଗୁରୁତର ଆହତ ହୋଇଥିଲେ। ‌ଏହି ଆକ୍ରମଣରେ ଶହେରୁ ଅଧିକ ବିଜେଡି କର୍ମୀଙ୍କ ସମ୍ପୃକ୍ତି ଥିବା ଅଭି‌ଯୋଗ କରି ସେମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବିଜେପି କର୍ମୀମାନେ ଧାମରା-ବାସୁଦେବପୁର ରାସ୍ତା ଅବରୋଧ କରିଥିଲେ। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ଗୁରୁବାର ମଧ୍ୟାହ୍ନରେ ଧାମରା ନିକଟ କରଞ୍ଜମାଳ ପଞ୍ଚାୟତ ଧାନକୁଟା ଗାଁରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ଓ ତାଙ୍କ ଟିମ୍‌ ପ୍ରଚାର କରିଥିଲେ। ସନ୍ଧ୍ୟା ପ୍ରାୟ ୫ଟା ବେଳେ ପ୍ରଚାରସାରି ଫେରିବା ବେଳେ ଶଶୀକାଦେଇପୁର ନିକଟରେ କରଞ୍ଜମାଳର ପୂର୍ବତନ ସରପଞ୍ଚ ରମେଶ ନାୟକ ଓ ତାଙ୍କର ସହଯୋଗୀମାନେ ଖଣ୍ଡା, ଭୁଜାଲିରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିସହ ଅଭିଳାଷଙ୍କ ପ୍ରଚାର ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଆକ୍ରମଣରେ ଗୁରୁତର ଆହତ ଅଭିଳାଷଙ୍କ ସମେତ ୪ ଜଣଙ୍କୁ ଅନ୍ୟ ସହଯୋଗୀମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରଚାରରେ ସାମିଲ ଥିବା କିଛି ବିଜେପି କର୍ମୀଙ୍କୁ ଆକ୍ରମଣକାରୀ ଅପହରଣ କରି ନେଇଥିବା ବିଜେପି ପକ୍ଷରୁ ବାଂଶଡ଼ା ଥାନାରେ ଅଭିଯୋଗ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe