୨୦ରୁ ଆଉ ୫ଟି ରୁଟରେ ଗଢ଼ିବ ସରକାରୀ ବସ୍: କଟକ ନାଇଟ୍ ଏକ୍ସପ୍ରେସ ସେବା ହେବ ଉପଲବ୍ଧ

Advertisment
୨୦ରୁ ଆଉ ୫ଟି ରୁଟରେ ଗଢ଼ିବ ସରକାରୀ ବସ୍: କଟକ ନାଇଟ୍ ଏକ୍ସପ୍ରେସ ସେବା ହେବ ଉପଲବ୍ଧ

ଜୟପୁର: ଆସନ୍ତା ୨୦ତାରିଖରୁ ରାଜ୍ୟ ସଡ଼କ ପରିବହନ ନିଗମର ଆଉ ୫ଟି ରୁଟରେ ବସ ଚଳାଚଳ କରିବ ବୋଲି କହିଛନ୍ତି ଡିଟିଏମ୍ ଶ୍ରୀନିବାସ ପାଣିଗ୍ରାହୀ। ଜୟପୁର-କଟକ ନାଇଟ୍ ଏକ୍ସପ୍ରେସ, ଜୟପୁର-କାଶୀପୁର, ଜୟପୁର-କାଶୀପୁର, ଇନ୍ଦ୍ରାବତୀ-ଜାନବାଇ, ଜୟପୁର–କୋଟିଆ, ଜୟପୁର-କଟାଗାଁ ରୁଟରେ ଚାଳିବ ବସ। ଚାଳିବାକୁ ଥିବା ଏହି ୫ଟି ଯାକ ବସର ଯନ୍ତ୍ରାଂଶ ମରାମତି କରିବା ସହ ପୁରା ପ୍ରସ୍ତୁତ କରି ରଖାଯାଇଥିବା ସୂଚନା ମିଳିଛି।

publive-image

କୋଭିଡ୍ ଗାଇଡ୍ଲାଇନ ଅନୁଯାୟୀ ଯାତ୍ରୀ ପରିବହନ ହେବ। ପୂର୍ବରୁ ଆଉ ୪ଟି ରୁଟରେ ବସ ଚାଳିଛି। ଜୟପୁର–ଭବାନୀପାଟଣା, ଜୟପୁର-ଗୁଣପୁର, ଜୟପୁର-ଫୁଲବାଣୀ, ଭବାନୀପାଟଣା-ମୋଟୁ ଏଭଳି ବସ ଚାଳିଛି। ଏହି ୫ଟି ରୁଟରେ ଚଳାଚଳ କରିଲେ ୯ଟି ରୁଟରେ ଜୟପୁର ଜୋନରୁ ବସ ସେବା ଚାଳିବ। ସେଭଳି ଜୟପୁର ବସଷ୍ଟାଣ୍ଡ ଦେଇ ଏବେ ସମ୍ବଲପୁର, ବ୍ରହ୍ମପୁର, ବଲାଙ୍ଗୀର, ବରଗଡ଼, ରାଉରକେଲା, ଅନୁଗୁଳ ଆଦି ଏକ୍ସପ୍ରେସ ବସ ସହ ନବରଙ୍ଗପୁର ଓ ମାଲାକାନଗିରୀ ଜୋନର ବି କିଛି ବସ ବି ଚଳାଚଳ ଆରମ୍ଭ ହୋଇଛି। ସେଭଳି କଟକ, ବ୍ରହ୍ମପୁର ଓ ଭୁବନେଶ୍ବର ଜୋନର ବସ ବି ଚଳାଚଳ ଆସନ୍ତା ୨୦ତାରିଖରୁ ଆସିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe