ଭୋଟରଙ୍କ ପାଇଁ ସୁବିଧା: ରାଜ୍ୟରେ ସୃଷ୍ଟି ହେବ ଆଉ ୬୩୫୮ ବୁଥ୍‌

ରାଜ୍ୟରେ ସୃଷ୍ଟି ହେବା ଅଧିକ ୬୩୫୮ ବୁଥ । ବୁଥ ସ୍ତରୀୟ ଏଜେଣ୍ଟ (ବିଏଲଏ)ଙ୍କୁ ନିଯୁକ୍ତ କରିବାକୁ ସମସ୍ତ ରାଜନୈତିକ ଦଳଗୁଡିକୁ ଆହ୍ଵାନ। ଏଣିକି ବୁଥ ସ୍ତରୀୟ ଏଜେଣ୍ଟ (ବିଏଲଏ) ନିଯୁକ୍ତି ବେଳେ ଫଟୋ ଏବଂ ମୋବାଇଲ ନମ୍ବର ଦେବା ଜରୁରୀ।

WhatsApp Image 2025-07-22 at 8.00.22 PM

ଭୁବନେଶ୍ଵର: ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଳନ ବିଭିନ୍ନ ସିକୃତିପ୍ରାପ୍ତ ରାଜନୈତିକ ଦଳ ଗୁଡିକ ସହ ବୈଠକ କରିଛନ୍ତି। ଏହି ବୈଠକରେ ରାଜ୍ୟରେ ଅଧିକ ଛଅ ହଜାର ତିନିଶହ ଅଠାବନ ବୁଥ ସୃଷ୍ଟି ଏବଂ ବୁଥ ସ୍ତରୀୟ ଏଜେଣ୍ଟ (ବିଏଲଏ)ଙ୍କୁ ନିଯୁକ୍ତ ବେଳେ ଆବେଦନ ଫର୍ମ(ବିଏଲଏ-୨)ରେ ଫଟୋ ଏବଂ ମୋବାଇଲ ନମ୍ବର ନିଶ୍ଚିତ ଦେବାକୁ ପଡିବ ବୋଲି ସେ ଉପସ୍ଥିତ ରାଜନୈତିକ ଦଳ ଗୁଡିକର ସଦସ୍ୟଙ୍କୁ କହିଥିଲେ। 

ଭୋଟରଙ୍କ ସୁବିଧା ତଥା ଭିଡ କମାଇବା ସକାଶେ ପୂର୍ବରୁ ୧୫୦୦ ଭୋଟରଙ୍କୁ ନେଇ ଗଠନ ହେଉଥିବା ବୁଥ ଏଣିକି ୧୨୦୦ ଭୋଟରରେ ସୀମିତ କରାଯିବ। ଏଥି ନିମନ୍ତେ ଅଧିକ ୬୩୫୮ ବୁଥ ସୃଷ୍ଟି ହେବ। ମତଦାନର ସୁଗମ ପରିଚାଳନା ସୁନିଶ୍ଚିତ କରିବା ପାଇଁ ୧୨୦୦ ରୁ ଅଧିକ ଭୋଟର ଥିବା ମତଦାନ କେନ୍ଦ୍ରଗୁଡ଼ିକୁ ଏହି ପ୍ରକ୍ରିୟାରେ ଯୋଡ଼ାଯିବ। ନିର୍ବାଚନ ପୂର୍ବରୁ ଭୋଟରଙ୍କ ପ୍ରବେଶକୁ ସରଳ କରିବା ଏବଂ ମତଦାନ କେନ୍ଦ୍ରରେ ଭିଡ଼ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। 

ସେହିପରି ବୁଥ ସ୍ତରୀୟ ଏଜେଣ୍ଟଙ୍କୁ ନିଯୁକ୍ତ ବେଳେ ଆବେଦନ ଫର୍ମରେ ଫଟୋ ଏବଂ ମୋବାଇଲ ନମ୍ବର ଏଣିକି ଦେବାକୁ ପଡିବ। ପୂର୍ବ ନିଯୁକ୍ତ ବୁଥ ସ୍ତରୀୟ ଏଜେଣ୍ଟ ଯେଉଁମାନେ ଆବେଦନ ବେଳେ ଫଟୋ ଏବଂ ମୋବାଇଲ ନମ୍ବର ଦେଇନଥିବେ ସେମାନେ ମଧ୍ୟ ଆବେଦନ ଫର୍ମ ପୁନଃ ଜମା କରିବେ ବୋଲି ସୂଚନା ଦେଇଛନ୍ତି। ସମସ୍ତ ରାଜନୈତିକ ଦଳ ଗୁଡିକୁ ବୁଥ ସ୍ତରୀୟ ଏଜେଣ୍ଟଙ୍କୁ ନିଯୁକ୍ତ କରିବାକୁ ସେ ଅନୁରୋଧ କରିଥିଲେ। 

ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର , ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ ଲକ୍ଷ୍ମୀ ପ୍ରସାଦ ସାହୁ, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଅନାମିକା ସିଂ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତ ରାଜନୈତିକ ଦଳ ଗୁଡ଼ିକର ସଦସ୍ୟମାନେ ଏହି ପ୍ରକ୍ରିୟାରେ ସାମିଲ ହେବା ନେଇ ସଦିଛା ପ୍ରକାଶ କରିଥିଲେ।

election | Odisha

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe