ମେଡିକାଲରେ ଭର୍ତି ହେଉଛନ୍ତି ଅଧିକ ଶିଶୁ

Advertisment

୫ଦିନରେ ୧୩୦% ବୃଦ୍ଧି, ଭେଣ୍ଟିଲେଟରରେ ରୋଗୀ ବଢ଼ିଛନ୍ତି, ୬୩୦ ପଜିଟିଭ୍, ୮ ମୃତ

୫ଦିନରେ ୧୩୦% ବୃଦ୍ଧି, ଭେଣ୍ଟିଲେଟରରେ ରୋଗୀ ବଢ଼ିଛନ୍ତି, ୬୩୦ ପଜିଟିଭ୍, ୮ ମୃତ

ହସ୍ପିଟାଲରେ ଗୁରୁତର କୋଭିଡ୍‌ ରୋଗୀ ସଂଖ୍ୟାରେ ସାମାନ୍ୟ ବୃଦ୍ଧି

TV9 Bharatvarsh

ଭୁବନେଶ୍ବର : ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ୬ଶହରୁ ୭ଶହ ଭିତରେ ରହିଛି। ତହିଁରୁ ପ୍ରାୟ ୧୫ପ୍ରତିଶତ ୧୮ବର୍ଷରୁ କମ୍ ବୟସର ପିଲା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ହେଲେ ଗତ କିଛି ଦିନ ଭିତରେ ଶିଶୁ ଓ ବୟସ୍କଙ୍କ ବର୍ଗରେ ଅଧିକ ସଂଖ୍ୟାରେ ରୋଗୀ ଆଇସିୟୁ କିମ୍ବା ଆଇସିୟୁ ଭେଣ୍ଟିଲେଟର୍‌ରେ ଭର୍ତି ହୋଇଥିବା ନଜରକୁ ଆସିଲାଣି। ଯଦିଓ ଏହି ସଂଖ୍ୟା‌ ବିଶେଷ ଅଧିକ ନୁହେଁ, କିନ୍ତୁ ଚିନ୍ତାଜନକ।

ଗତ ୫ ତାରିଖରେ ରାଜ୍ୟରେ ବୟସ୍କ ଓ ୧୮ବର୍ଷରୁ କମ୍ ପିଲାଙ୍କ ହସ୍ପିଟାଲରେ ପରିସଂଖ୍ୟାନକୁ ତୁଳନା କଲେ ବ୍ୟବଧାନ ବାରି ହୋଇପଡ଼ୁଛି। ୫ ତାରିଖ ବେଳକୁ ରାଜ୍ୟରେ ୯୭ ଜଣ ରୋଗୀ ଭେଣ୍ଟିଲେଟର୍‌ରେ ଥିବା ବେଳେ ଏହି ସଂଖ୍ୟା ଏବେ ୯୯ରେ ପହଞ୍ଚିଛି। ସେହିପରି ୨ଜଣ ଶିଶୁ ଆଇସିୟୁ/ଏଚ୍‌ଡିୟୁରେ ଥିବା ବେଳେ ଏବେ ସଂଖ୍ୟା ବୃଦ୍ଧି ପାଇ ୪କୁ ବୃଦ୍ଧି ପାଇଛି। ପୂର୍ବରୁ ୧୩ଜଣ ଶିଶୁ ସାଧାରଣ ଶଯ୍ୟାରେ ଥିବା ବେଳେ ଏବେ ଏହି ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ୫ ଦିନ ଭିତରେ ହସ୍ପିଟାଲରେ ଶିଶୁଙ୍କ ଆଡମିସନ୍‌ ୧୩୦ ପ୍ରତିଶତ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୩୦ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୧୬ଜଣ ୧୮ବର୍ଷରୁ କମ୍ ବୟସର ପିଲା ରହିଛନ୍ତି। ଖୋର୍ଧା ୨୨୧, କଟକ ୧୧୮, ଯାଜପୁର ୩୨, ବାଲେଶ୍ବର ୨୩, ସୁନ୍ଦରଗଡ଼ ୨୨, ମୟୂରଭଞ୍ଜ ୨୦, ନୟାଗଡ଼ ୧୭, ପୁରୀ ୧୬, ଢେଙ୍କାନାଳ ୧୨ ଓ ଷ୍ଟେଟ୍‌ ପୁଲରୁ ୫୩ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୧୫ହଜାର ୭୧୩କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୮ଜଣ କ‌ରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ କଟକ ୨, ବାଲେଶ୍ବର, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ମାଲକାନଗିରି ଓ ମୟୂରଭଞ୍ଜରେ ‌ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁସଂଖ୍ୟା ୮୦୯୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୭୦୬ କୋଭିଡ୍‌ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୧ହଜାର ୨୫୪କୁ ବୃଦ୍ଧି ପାଇଛି। ଏବେ ୬୩୧୪ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୫୦୨ଜଣ ଚିକିତ୍ସାଧୀନ ରୋଗୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe