ହୀରାକୁଦ ଜଳସ୍ତର ୧୫ ଫୁଟ୍‌ ଖସିଲା, ଆଉ ୪ ଗେଟ୍‌ ବନ୍ଦ

Advertisment
ହୀରାକୁଦ ଜଳସ୍ତର ୧୫ ଫୁଟ୍‌ ଖସିଲା, ଆଉ ୪ ଗେଟ୍‌ ବନ୍ଦ

ସମ୍ବଲପୁର: ଗେଟ୍‌ ଖୋଲିବାର ୬ ଦିନ‌ ମଧ୍ୟରେ ହୀରାକୁଦ ଜଳସ୍ତର ଠିକ୍‌ ୧୫ ଫୁଟ୍ ଖସିଛି। ପରେ ବୁଧବାର ସକାଳେ ହୀରାକୁଦ ବନ୍ଧର ଆଉ ୪ଟି ଗେଟ୍ ବନ୍ଦ କରା ଯାଇଛି। ଫଳରେ ବାମ ସ୍ପିଲ୍‌ୱେ’ର ୩ ଓ ଡାହାଣ ପାର୍ଶ୍ବର ଗୋଟିଏକୁ ମିଶାଇ ମୋଟ ୪ଟି ସ୍ଲୁଇସ୍‌ ଗେଟ୍ ଖୋଲା ରହିଛି।

ବୁଧବାର ରାତି ୯ଟା ବେଳକୁ ହୀରାକୁଦର ଜଳସ୍ତର ୬୦୩.୦୪ ଫୁଟ୍ ଥିଲା। ସେହି ସମୟରେ ଜଳ ଭଣ୍ଡାର ମଧ୍ୟକୁ ୩୭,୦୭୫ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୭୫ ହଜାର କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ସେଥିରୁ ସ୍ପିଲ୍‌ୱେ’ ଦେଇ ମହାନଦୀରେ ୫୭,୧୫୨ କ୍ୟୁସେକ୍‌, ପାୱାର୍‌ ଚାନେଲ୍‌ରେ ୧୩,୮୦୯ କ୍ୟୁସେକ୍‌, ବିଭିନ୍ନ କେନାଲ୍‌ରେ ୩୮୬୯ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ମହାନଦୀ ତଳ ମୁଣ୍ଡ ବେଲଗାଁଠାରେ ୧୫, ୬୦୦ କ୍ୟୁସେକ୍, ପଥର୍ଲାଠାରେ ୩୭,୭୪୩ କ୍ୟୁସେକ୍‌, ଖଇରମାଳଠାରେ ୧ ଲକ୍ଷ ୯୮ ହଜାର କ୍ୟୁସେକ୍‌, ବରମୂଳଠାରେ ୧,୫୩,୨୫୦ କ୍ୟୁସେକ୍‌, ମୁଣ୍ଡଳିଠାରେ ୨ ଲକ୍ଷ ୨୧ ହଜାର କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ମହାନଦୀ ଉପର ମୁଣ୍ଡରେ ୭.୯୩ ମିଲିମିଟର୍‌ ଓ ତଳ ମୁଣ୍ଡରେ ୬.୫୫ ମିଲିମିଟର୍‌ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe