ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ ୪ ଗେଟ୍‌, ଏବେ ୨୦ଟି ଗେଟ୍‌ ଦେଇ ନିଷ୍ପାସିତ ହେଉଛି ଜଳ

Advertisment
ହୀରାକୁଦ ତଳମୁଣ୍ଡରେ ନିର୍ମାଣ ହେବ ୫ଟି ନୂଆ ବ୍ୟାରେଜ୍‌

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଗୁରୁବାର ସନ୍ଧ୍ୟାରେ ଆଉ ୪ଟି ଗେଟ୍‌ ଖୋଲାଯାଇଛି। ଏବେ ଡ୍ୟାମ୍‌ର ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ରିପୋର୍ଟ ଲେଖାଯିବା ବେଳକୁ ଜଳଭଣ୍ଡାରେ ୬୨୧.୮୫ଫୁଟ ପାଣି ରହିଛି। ସୂଚନାଯୋଗ୍ୟ ଆଜି ପୂର୍ବାହ୍ଣରେ ହୀରାକୁଦ ଡ୍ୟାମ୍‌ରୁ ୧୬ଟି ଗେଟ୍‌ ଖୋଲାଯାଇଥିଲା। ଉପରମୁଣ୍ଡରୁ ଜଳଭଣ୍ଡାରକୁ ଅଧିକ ପାଣି ପ୍ରବେଶ କରୁଥିବାରୁ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଖୋଲିଛି।

ମୁଣ୍ଡଳୀରେ ଏହି ପାଣି ପହଁଚିବାକୁ ୩୬ ଘଣ୍ଟା ସମୟ ଲାଗିବ, ତେଣୁ ବନ୍ୟା ଆଶଙ୍କା ନାହିଁ ବୋଲି ହୀରାକୁଦ ଡ୍ୟାମ କର୍ତୃପକ୍ଷ କହିଛନ୍ତି | ତେବେ ଏହାକୁ ନେଇ ଜଳସମ୍ପଦ ସଚିବ ପ୍ରଦୀପ ଜେନା ପ୍ରେସମିଟ କରି ସୂଚନା ଦେଇଛନ୍ତି ଯେ ମହାନଦୀର ଉପରମୁଣ୍ଡରେ ବର୍ଷା ସମ୍ଭାବନା ରହିଛି ଆବଶ୍ୟକ ପଡିଲେ ଆହୁରି ଗେଟ ଖୋଲାଯିବ |

ଏଠାରେ ସୂଚନା ଥାଉ କି ଗୁରୁବାର ପୂର୍ବାହ୍ନ ୧୧: ୩୦ ରୁ ୧୨: ୧୦ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ସମୁଦାୟ ୮ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଥିଲା | ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ଗେଟ ସବୁ ଖୋଲାଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe