ଓକିଲାତି ଲାଇସେନ୍ସ ପାଇଁ ଦେବାକୁ ପଡ଼ୁଛି ଅଧିକ ଟଙ୍କା: ହାଇକୋର୍ଟରେ ଜବାବ ରଖିବେ ରାଜ୍ୟ ଆଇନଜୀବୀ ପରିଷଦ

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଓକିଲାତି ଲାଇସେନ୍ସ ପାଇବା ପାଇଁ ଦିଲ୍ଲୀ, ପଶ୍ଚିମବଙ୍ଗ ଓ ଆନ୍ଧ୍ର ଭଳି ରାଜ୍ୟଠାରୁ ଢେର ଅଧିକ ଟଙ୍କା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିକଟରେ ଜମା କରିବାକୁ ପଡୁଛି। ଦେଶର ଅନ୍ୟ ସ୍ଥାନ ତୁଳନାରେ ଓଡ଼ିଶାରେ ଏନରୋଲମେଣ୍ଟ ଫି ବାବଦରେ ବହୁ ଅଧିକ ଟଙ୍କା ନିଆଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ଦର୍ଶାଇ ଦାୟର ମାମଲାରେ ଜବାବ ରଖିବାକୁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ହାଇକୋର୍ଟ ଚାରି ସପ୍ତାହ ମହଲତ ପ୍ରଦାନ କରିଛନ୍ତି। ଜବାବ ଦାଖଲ ପାଇଁ ଏହା ଶେଷ ସୁଯୋଗ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୧କୁ ଧାର୍ଯ୍ୟ କରାଯାଇଥିବାବେଳେ ଏହାପୂର୍ବରୁ ଦାଖଲ କରାଯିବାକୁ ଥିବା ଜବାବ ଉପରେ ଆବେଦନକାରୀ ପ୍ରତିଜବାବ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ବିନାୟକ ସୁବୁଦ୍ଧିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଦାୟର ଆବେଦନରେ ଦର୍ଶାଯାଇଛି, ଓକିଲାତି ପାଇଁ ନିୟମ ଅନୁସାରେ ଜଣେ ଯୋଗ୍ୟ, ୨୫ ବର୍ଷରୁ କମ୍ ବୟସର ସାଧାରଣବର୍ଗର ପ୍ରାର୍ଥୀଙ୍କୁ ଏନ୍‌ରୋଲ୍‌ମେଣ୍ଟ ଫି’ ବାବଦରେ ରାଜ୍ୟ ଆଇନଜୀବୀ ପରିଷଦ ନିକଟରେ ୪୨ ହଜାର ଶହେ ଟଙ୍କା ଜମା କରିବାକୁ ପଡୁଛି। ଏଥିମଧ୍ୟରେ ‌ବିଭିନ୍ନ ୱେଲଫେୟାର ଫି’ ବାବଦରେ ପ୍ରାୟ ୨୫ ହଜାର ଟଙ୍କା ଅନ୍ତର୍ଭୁକ୍ତ। କିନ୍ତୁ, ଅନ୍ୟ ରାଜ୍ୟରେ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଆଇନଜୀବୀ ପରିଷଦରେ ଏନରୋଲମେଣ୍ଟ ଫି’ ଯଥେଷ୍ଟ କମ୍। ଏହା ଆଡ୍‌ଭୋକେଟ୍‌ସ ଆକ୍ଟର ଉଲ୍ଲଂଘନ। ଏଥିସହିତ ସମ୍ବିଧାନ ପ୍ରଦାନ କରିଥିବା ମୌଳିକ ଅଧିକାର ମଧ୍ୟ ଏଭଳି ଅଧିକ ଫି’ ଧାର୍ଯ୍ୟ ନିଷ୍ପତ୍ତି ଉଲ୍ଲଂଘନ କରୁଛି। ସାଧାରଣ ଓ ଗରିବ ଆଇନ ସ୍ନାତକ ଜଣେ ଡିଗ୍ରି ଥାଇ ମଧ୍ୟ ଅଧିକ ଏନରୋଲମେଣ୍ଟ ଫି ’ ପାଇଁ ଓକିଲାତି ପେସାକୁ ଆସି ପାରୁନାହିଁ ବୋଲି ଆବେଦନକାରୀ ଜନସ୍ବାର୍ଥ ଆବେଦନରେ ଦର୍ଶାଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତ ୨୦୨୨, ମେ ୧୮ରେ ହାଇକୋର୍ଟ ଏହି ମାମଲାରେ କେନ୍ଦ୍ର ସରକାର, ବାର୍ କାଉନସିଲ ଅଫ ଇଣ୍ଡିଆ, ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ନୋଟିସ୍ ଜାରି କରି ୪ ସପ୍ତାହ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe