ଜେଲ୍‌ରେ ଅଧିକ କଏଦୀ ପ୍ରସଙ୍ଗ: ହାଇକୋର୍ଟଙ୍କ ଉଦ୍‌ବେଗ, ଜବାବ ତଲବ

Advertisment
ଅଧ୍ୟାପକଙ୍କୁ ୟୁଜିସି ସ୍କେଲ୍‌ ପ୍ରସଙ୍ଗ: ହାଇକୋର୍ଟରେ ସରକାରଙ୍କ ଆବେଦନ ଖାରଜ

new india express

କଟକ: ରାଜ୍ୟର କେତେକ ଜେଲରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ଅଧିକ ବନ୍ଦୀ ରହିବା ପ୍ରସଂଗକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଜେଲ ସଂସ୍କାର ସଂପର୍କିତ ମାମଲାର ଶୁଣାଣି ସମୟରେ ଯାଜପୁର ଓ ଭଦ୍ରକ ଜେଲରେ ଧାର୍ଯ୍ୟ କ୍ଷମତା ଠାରୁ ଅଧିକ ବନ୍ଦୀ ରହିଥିବା ଜଣାପଡିଥିଲା। ବିଭିନ୍ନ ସମୟରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ଅଧିକ ବନ୍ଦୀ ରହିବା ସମସ୍ୟା ଦୂର ପାଇଁ କେତେକଙ୍କୁ ନିକଟବର୍ତ୍ତୀ ଜେଲକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। କିନ୍ତୁ ଏହାପରେ ବି ଯାଜପୁର ଓ ଭଦ୍ରକ ଜେଲରେ ଧାର୍ଯ୍ୟ କ୍ଷମତା ଠାରୁ ଅଧିକ ବନ୍ଦୀଙ୍କୁ ରଖାଯିବା ସମସ୍ୟା ଜାରି ରହିଛି।

୧୮୦ ଅନ୍ତେବାସୀ କ୍ଷମତା ବିଶିଷ୍ଟ ନୂତନ ଵାର୍ଡ ଭଦ୍ରକ ଜେଲରେ ନିର୍ମାଣ ହୋଇଥିବା ନେଇ ହାଇକୋର୍ଟଙ୍କୁ ଆଜି ସରକାରଙ୍କୁ ତରଫରୁ ଅବଗତ କରାଯାଇଥିଲା। ତେବେ ଏହି ନୂଆ ଵାର୍ଡକୁ ବନ୍ଦୀଙ୍କୁ ସ୍ଥାନାନ୍ତର କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇ ନଥିଲା। ଏହି ପ୍ରସଂଗରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ହାଇକୋର୍ଟ କୃଷ୍ଣପ୍ରସାଦ ସାହୁଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆମିକସ କ୍ୟୁରି ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe