ମୁଣ୍ଡଳିରେ ବଢୁଛି ବନ୍ୟାଜଳସ୍ତର; ସେକେଣ୍ଡ ପିଛା ୧୦ ଲକ୍ଷରୁ ଊର୍ଦ୍ଧ୍ବ କ୍ୟୁସେକ ଜଳ ପ୍ରବାହିତ, ମହାନଦୀ ନିକଟ ଗ୍ରାମବାସୀ ଚିନ୍ତିତ

ମୁଣ୍ଡଳିରେ ବଢୁଛି ବନ୍ୟାଜଳସ୍ତର; ସେକେଣ୍ଡ ପିଛା ୧୦ ଲକ୍ଷରୁ ଊର୍ଦ୍ଧ୍ବ କ୍ୟୁସେକ ଜଳ ପ୍ରବାହିତ, ମହାନଦୀ ନିକଟ ଗ୍ରାମବାସୀ ଚିନ୍ତିତ

କଟକ: ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କମୁଥିବା ବେଳେ ମହାନଦୀର ତଳିଆ ଅଞ୍ଚଳରେ ଲୋକଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। କଟକ ଜିଲ୍ଲା ମୁଣ୍ଡଳି ଠାରେ ସୋମବାର ଅପରାହ୍ନ ୪ଟା ବେଳକୁ ସେକେଣ୍ଡ ପିଛା ୧୦ ଲକ୍ଷ ୧୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ବନ୍ୟାଜଳସ୍ତର ଆହୁରି ଅଧିକ ବଢ଼ିବାର ଆଶଙ୍କା ରହୁଛି।

ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ ଆଜି ମୁଣ୍ଡିଳି ପରିଦର୍ଶନ କରିଛନ୍ତି। ସେ ମୁଣ୍ଡୁଳିରେ ବନ୍ୟାଜଳ ସ୍ଥିତି ଉପରେ ଅବଗତ ହୋଇଥିଲେ। ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ ଯେ, ଲୋକେ ଯେପରି ଅସୁବିଧାର ସାମ୍ନା ନ କରନ୍ତି, ସରକାର ସେଥିପ୍ରତି ନଜର ରଖିଛନ୍ତି। ବିଭିନ୍ନ ଜିଲ୍ଲାରେ ଅଧିକାରୀମାନେ ବନ୍ୟା ପ୍ରଭାବିତ ସ୍ଥାନକୁ ଗସ୍ତ କରୁଛନ୍ତି।

publive-image image source-odisha bytes

ମହାନଦୀରେ ବନ୍ୟାଜଳ ଆସିବା ଦ୍ବାରା ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିଛି। ସମ୍ବଲପୁରରୁ ଏହି ଦୁର୍ଦ୍ଦଶା ଆରମ୍ଭ ହୋଇଛି। ହୀରାକୁଦ ଜଳଭଣ୍ଡାର ଗତକାଲି ଠାରୁ ଜଳମଗ୍ନ ହୋଇଛି। ମହାନଦୀ ନଦୀର ବନ୍ୟାଜଳ ପାଇଁ ସୋନପୁର ଜିଲ୍ଲା ଧର୍ମଶାଳା ଠାରୁ ସେନାପୁର ସହରକୁ ଯୋଡ଼ୁଥିବା ବାଏପାସ ଅସ୍ଥାୟୀ ରୂପେ ବନ୍ଦ ହୋଇଯାଇଛି।  କଟକ ଜିଲ୍ଲା ବଡମ୍ବାର ଐତିହାସିକ ଭଟ୍ଟାରିକା ମନ୍ଦିରର ଅଧିକାଂଶ ଅଂଚଳ ବୁଡ଼ି ଯାଇଛି। ଗତକାଲି ଠାରୁ ମା’ଙ୍କୁ ଅସ୍ଥାୟୀ ସ୍ଥାନକୁ ସ୍ଥାନାନ୍ତରିତ କରି ପୂଜାର୍ଚ୍ଚନା କରୁଛି। ସେହିପରି କେନ୍ଦ୍ରାପଡ଼ାରେ ମହାନଦୀର ଜଳ ଲୋକଙ୍କୁ ଡରାଉଛି।

ସୂଚନା ଅନୁସାରେ ଏବେ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପିଛା ୯,୮୫,୦୬୦ କ୍ୟୁସେକ ଜଳ ପ୍ରବେଶ କରୁଛି। ଅପରପକ୍ଷେ ୨୬ଟି ଗେଟ୍‌ ମାଧ୍ୟମରେ ଜଳଭଣ୍ଡାରରୁ ୪,୪୫,୦୬୦ କୁସେକ ଜଳ ନିଷ୍କାସନ କରାଯାଉଛି। ସ୍ପିଲୱେରେ ୪,୧୦,୪୮୮ କ୍ୟୁସେକ, ପାୱାର ଚେନାଲ ମାଧ୍ୟୟମରେ ୩୨,୭୬୩, ଚାଷ ପାଇଁ ୨୪୨୧ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବିଏମସି ପାଇଁ ୨୨୦୦ କ୍ୟୁସେକ, ଏସଏମସି ପାଇଁ ୨୦୦ କ୍ୟୁସେକ, ଏସ୍‌ବିପି ପାଇଁ ୨୧ ଓ ଶିଳ୍ପ ପାଇଁ ୨୫୨କ୍ୟୁସେକ ଜଳ ନିଷ୍କାସନ ଜାରି ରହିଛି।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe