ଶତାଧିକ ଗଞ୍ଜେଇ ବସ୍ତା ଜବତ; ଟ୍ରାକ୍ଟରରେ ଥାନାକୁ ବୋହି ଆଣିଲା ପୁଲିସ

Advertisment
ଶତାଧିକ ଗଞ୍ଜେଇ ବସ୍ତା ଜବତ; ଟ୍ରାକ୍ଟରରେ ଥାନାକୁ ବୋହି ଆଣିଲା ପୁଲିସ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅଞ୍ଚଳରୁ ମନମୁଣ୍ଡା ପୁଲିସ ବ୍ୟାପକ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି। ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଏସପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ସ୍କ୍ବାର୍ଡ ଓ ମନମୁଣ୍ଡା ପୁଲିସ ମିଳିତ ଭାବରେ ଶଗଡା ଫାଣ୍ଡି ସିଗାଡି ଗ୍ରାମରେ ଚଢ଼ଉ କରି ଶତାଧିକ ବସ୍ତା ଗଞ୍ଜେଇ ଜବତ କରି ରାତି ୮ଟା ସମୟରେ ଏକ ଟ୍ରାକ୍ଟର ଯୋଗେ ମନମୁଣ୍ଡା ଥାନାକୁ ଅଣା ଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ମନମୁଣ୍ଡା ଥାନାଧିକାରୀ ଅଶ୍ୱିନୀ ଭିତିରିଆଙ୍କୁ ପଚାରିବାରୁ ଆସନ୍ତାକାଲି (ଗୁରୁବାର) ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି।

କନ୍ଧମାଳ ଜିଲ୍ଲାରୁ ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର ଓ ସୋନପୁରକୁ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ମନମୁଣ୍ଡା ମୁଖ୍ୟ ରାସ୍ତା ପାଲଟିଛି ବୋଲି ଚର୍ଚ୍ଚା ହେଉଛି। ବେଆଇନ ଭାବେ ଚାଲାଣ ହେଉଥିବା ଗଂଜେଇକୁ ପୁଲିସ ଅନେକ ସମୟରେ ଅତର୍କିତ ଚଢ଼ଉ କରି ଧରୁଛି। କିନ୍ତୁ ଅଭିଯୁକ୍ତମାନେ ଅନେକ ସମୟରେ ଖସିଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe