ରାଜ୍ୟରେ ୧୪ ହଜାରରୁ ଅଧିକ ଶିକ୍ଷକ ପଦବି ଖାଲି ପଡ଼ିଛି

Advertisment

ଏବେ ବି ଶତାଧିକ ସ୍କୁଲ୍‌ରେ ନିଜସ୍ବ ଗୃହ ନାହିଁ

ଏବେ ବି ଶତାଧିକ ସ୍କୁଲ୍‌ରେ ନିଜସ୍ବ ଗୃହ ନାହିଁ

ଜାଲ୍‌ ସାର୍ଟିଫିକେଟ୍‌ରେ ଚାକିରି: ୪ ଶିକ୍ଷକ ବହିଷ୍କୃତ, ୪ ଜଣଙ୍କ ନାଁରେ ଏତଲା

sputniknews.com

ଭୁବନେଶ୍ୱର : ରାଜ୍ୟରେ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲ୍‌ରେ ୧୪ ହଜାରରୁ ଅଧିକ ଶିକ୍ଷକ ପଦବି ଖାଲି ପଡ଼ିଛି। ସରକାରୀ ହାଇସ୍କୁଲ୍‌ରେ ୯୬୪୧, ଅନୁଦାନପ୍ରାପ୍ତ ହାଇସ୍କୁଲ୍‌ରେ ୧୫୧୯ ଓ ବ୍ଲକ୍ ଗ୍ରାଣ୍ଟ୍‌ ହାଇସ୍କୁଲ୍‌ରେ ୧୯୩୮ ଶିକ୍ଷକ ପଦବି ଖାଲି ଅଛି। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। କୋରାପୁଟ ଜିଲ୍ଲାରେ କେତେ ସ୍କୁଲ୍‌ରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି ବୋଲି ଶ୍ରୀ ବାହିନୀପତିଙ୍କ ପ୍ରଶ୍ନରେ ମନ୍ତ୍ରୀ ଜଣାଇଛନ୍ତି ଯେ କୋରାପୁଟରେ ମୋଟ୍‌ ୧୨୦ଟି ପ୍ରାଥମିକ ବିଦ୍ୟାଳୟରେ ଓ ୧୪ଟି ଉନ୍ନୀତ ସରକାରୀ ହାଇସ୍କୁଲ୍‌ ଜଣେ ଲେଖାଏ ଶିକ୍ଷକଙ୍କୁ ନେଇ ଚାଲିଛି। ମକରନ୍ଦ ମୁଦୁଲିଙ୍କ ଆଉ ଏକ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସ୍କୁଲ୍‌ଗୁଡ଼ିକର ଭିତ୍ତିଭୂମି ନେଇ ଉତ୍ତର ରଖିଛନ୍ତି। ଏଥିରେ ଦର୍ଶାଯାଇଛି ଯେ ରାଜ୍ୟରେ ଏବେ ୫୧,୧୨୬ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ରହିଛି। ଏହା ମଧ୍ୟରୁ ୧୨୫ ସ୍କୁଲ୍‌ର ନିଜସ୍ବ ଗୃହ ନାହିଁ। ୨୭୩ ସ୍କୁଲ୍‌ରେ ଟଏଲେଟ୍‌ ସୁବିଧା ନାହିଁ। ୧୧,୯୬୬ ସ୍କୁଲ୍‌ରେ ନିଜସ୍ବ ଗୃହ ଆଂଶିକ ଭଗ୍ନ ଅବସ୍ଥାରେ ଅଛି। ତେବେ ସବୁ ସ୍କୁଲ୍‌ରେ ପିଇବା ପାଣିର ସୁବିଧା କରାଯାଇଛି। ବିଦ୍ୟାଳୟ ଗୃହଗୁଡ଼ିକର ମରାମତି ପାଇଁ ପଞ୍ଚାୟତିରାଜ ବିଭାଗକୁ କୁହାଯାଇଥିଲା ବେଳେ ଆବଶ୍ୟକ ଭିତ୍ତିଭୂମିଗୁଡ଼ିକର ନିର୍ମାଣ ସମଗ୍ର ଶିକ୍ଷା ନିୟମ ଅନୁସାରେ କରିବା ନିମନ୍ତେ ସରକାରଙ୍କ ନିକଟରେ ପ୍ରସ୍ତାବ ଉପସ୍ଥାପନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe