ଦଶପଲ୍ଲା: ମଧ୍ୟାହ୍ନ ବେଳାରେ ଧୁଧୁ ଖରାରେ ଚାଲି ଚାଲି ଜିଲ୍ଲା ପାର ହେଉଛନ୍ତି ଶ୍ରମିକ। କାହା କାନ୍ଧରେ ଗୋଟିଏ ବ୍ୟାଗ୍ ତ କାହା କାନ୍ଧରେ ଦୁଇଟି ବ୍ୟାଗ୍। ନିଜ ନିଜର ଆସବାବ ପତ୍ର ଧରି ଆଜି ପ୍ରାୟ ୧୫ରୁ ଊର୍ଦ୍ଧ୍ବ ଯୁବକ ଦଶପଲ୍ଲା ସହର ଅତିକ୍ରମ କରି ବୌଦ୍ଧ ଜିଲ୍ଲା ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଛି। ଯେ କେହି ପଚାରିଲେ ସେମାନଙ୍କଠାରୁ କୌଣସି ବି ଉତ୍ତର ମିଳୁ ନଥିଲା। କେବଳ ଭୁବନେଶ୍ବରରୁ ଆସୁଥିବା କିଛି ଯୁବକ ପ୍ରକାଶ କରୁଥିବା ବେଳେ କେଉଁଠିକୁ ଯିବେ ତାହା ଜଣାପଡ଼ିନି। ତେବେ ଏତେ ସଂଖ୍ୟକ ସନ୍ଦିଗ୍ଧ ଯୁବକ ବିଭିନ୍ନ ଥାନା ଅତିକ୍ରମ କରି ପ୍ରାୟ ୧୨୦ କିମି ରାସ୍ତା କିଭଳି ଆସିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ସ୍ଥାନୀୟ ଅଂଚଳର କିଛି ଯୁବକ ପ୍ରଶାସନିକ ଅଧିକାରୀଙ୍କୁ ଫୋନ୍ କରିଥିଲେ ମଧ୍ୟ କେହି ପହଞ୍ଚିନଥିବା ଜଣାପଡ଼ିଛି। ଗୋଟିଏ ପାର୍ଶ୍ବରେ ଦେଖିବାକୁ ଗଲେ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏତେ ସଂଖ୍ୟକ ସନ୍ଦିଗ୍ଧ ଯୁବକ ଭୁବନେଶ୍ବରରୁ କେଉଁ ଅଂଚଳକୁ ଫେରୁଛନ୍ତି ତାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us