ଅଂଶୁଘାତରେ ୨୦ରୁ ଅଧିକ ଅସୁସ୍ଥ

ଅଂଶୁଘାତରେ ୨୦ରୁ ଅଧିକ ଅସୁସ୍ଥ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲା। ତେବେ, ଅସହ୍ୟ ‌ରୌଦ୍ରତାପ ଯୋଗୁ କେତେକ ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠରେ ରଖି ଚିକିତ୍ସା ସେବା ଯୋଗାଇବାରୁ ସେମାନେ ସୁସ୍ଥ ହୋଇ ଫେରିଥିବା ଫାଣ୍ଡି ଅଧିକାରୀ ଏଏସ୍ଆଇ ମ‌ନୋଜ ଦାସ କହିଛନ୍ତି।

ସୂଚନା ଅନୁସାରେ, ସିଂହଦ୍ବାର ପାଖରେ ଶ୍ରଦ୍ଧାଳୁମାନଙ୍କ ଉପରକୁ ଶୀତଳ ଜଳ ସିଞ୍ଚନ ବ୍ୟବସ୍ଥା ଅଗ୍ନିଶମ ବିଭାଗ ପକ୍ଷରୁ କରାଯାଇଥିଲା। ତଥାପି ଅଧିକାଂଶ ବରିଷ୍ଠ ନାଗରିକ ପ୍ରବଳ ରୌଦ୍ରତାପ ସହ୍ୟ କରିନପାରି ସଂଜ୍ଞାହୀନ ହୋଇପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe