୮ ମାସରେ ୨୦ ହଜାରରୁ ଅଧିକ ନିଖୋଜ ମାମଲା, ୭,୦୪୮ ଜଣଙ୍କ ସନ୍ଧାନ ମିଳିଛି: ମୁଖ୍ୟମନ୍ତ୍ରୀ

ଗତ ଆଠ ମାସରେ ରାଜ୍ୟରେ ୨୦ ହଜାରରୁ ଅଧିକ ନିଖୋଜ ମାମଲା ପଞ୍ଜିକୃତ ହୋଇଛି । ସେଥି ମଧ୍ୟରୁ ୭,୦୪୮ ଟି ସମାଧାନ କରାଯାଇଛି। ସମ୍ପୃକ୍ତ ନିଖୋଜଙ୍କ ସନ୍ଧାନ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି....

More than 20,000 missing cases in 8 months, 7,048 people found: Chief Minister

More than 20,000 missing cases in 8 months, 7,048 people found: Chief Minister Photograph: (sambad.in)

ଭୁବନେଶ୍ବର: ଗତ ୮ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ପୁଲିସ ଷ୍ଟେସନରେ ୨୦ ହଜାରରୁ ଅଧିକ ନିଖୋଜ ମାମଲା ପଞ୍ଜିକୃତ ହୋଇଛି । ସେଥି ମଧ୍ୟରୁ ୭,୦୪୮ ଟି ସମାଧାନ କରାଯାଇଛି। ସମ୍ପୃକ୍ତ ନିଖୋଜଙ୍କ ସନ୍ଧାନ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି ।

ଜୁନ୍ ୨୦୨୪ ପରଠାରୁ ରାଜ୍ୟରେ ପଞ୍ଜିକୃତ ହୋଇଥିବା ମୋଟ ନିଖୋଜ ମାମଲା କେତେ ରହିଛି। ସେଥିମଧ୍ୟରୁ କେତେକ ସଂଖ୍ୟକ ସମାଧାନ ହୋଇଛି ଏବଂ କେତେ ବିଚାରାଧୀନ ଅଛି। ସମାଧାନରେ ବିଳମ୍ବର କାରଣ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ସମ୍ପର୍କରେ କଟକ ବାରବାଟି ବିଧାୟିକା ସୋଫିଆ ଫିରଦୋସ ପ୍ରଶ୍ନ କରିଥିଲେ । 

ଅଧିକ ପଢ଼ନ୍ତୁ: ଟନେଲ ଟ୍ରାଜେଡି: ୨୪ ଦିନ ପରେ ବି ଶ୍ରମିକଙ୍କ ପାଖରେ ପହଞ୍ଚିବା ହେଉନି ସମ୍ଭବ...

ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ଯେ, ୧ ଜୁନ୍ ୨୦୨୪ ରୁ ୨୮ ଫେବ୍ରୁଆରି ୨୦୨୫ ମଧ୍ୟରେ ରାଜ୍ୟରେ  ୨୦,୦୬୦ ନିଖୋଜ ମାମଲା ପଞ୍ଜିକୃତ ହୋଇଛି ।

ପଞ୍ଜିକୃତ ହୋଇଥିବା ମାମଲା ମଧ୍ୟରୁ ୭,୦୪୮ ଜଣଙ୍କୁ ଖୋଜାଯାଇଥିବା ବେଳେ ୧୩,୦୧୨ ମାମଲା ଏବେ ବି ବିଚାରାଧୀନ ରହିଛି  ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଶରୀରରେ ଯେଉଁଠି...; ରାଣ୍ୟା ରାଓଙ୍କୁ ନେଇ ଅଶ୍ଲୀଳ ମନ୍ତବ୍ୟ ଦେଲେ ବିଜେପି ବିଧାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe