ମାଁ ସମଲେଶ୍ୱରୀଙ୍କ ମହିମା ସୁଦୂର ପ୍ରସାରୀ, ୪ ରାଜ୍ୟରେ ରହିଛି ୨୫୦ରୁ ଅଧିକ ମନ୍ଦିର

Advertisment
ମା’ ସମଲେଶ୍ବରୀ ମହିଳା ବିଶ୍ବବିଦ୍ୟାଳୟ ସ୍ଥାପନ ଦାବି

Twitter

ସମ୍ବଲପୁର : ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୪ଟି ରାଜ୍ୟରେ ମାଁ ସମେଲେଶ୍ବରୀଙ୍କ ୨୫୦ରୁ ଅଧିକ ମନ୍ଦିର ରହିଛି। ଏହି ମନ୍ଦିର ଗୁଡ଼ିକର ତାଲିକା କରିବା ସହ ବିଭିନ୍ନ ସ୍ଥାନରେ ମାଁଙ୍କ ଭିନ୍ନଭିନ୍ନ ପୂଜାବିଧି ଓ ପର୍ବପର୍ବାଣି ସଂପର୍କରେ ତଥ୍ୟ ସଂଗ୍ରହ କରା ଯାଉଥିବା ମାଁ ସମଲେଶ୍ବରୀ ମହିମା ପ୍ରଚାର ସମିତି ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କହାଯାଇଛି।

ସମିତି ପକ୍ଷରୁ କହାଯାଇଛି ଯେ ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଁ ସମଲେଇଙ୍କ ମହିମା ବହୁ ରାଜ୍ୟରେ ବ୍ୟାପ୍ତ। ରାଜ୍ୟ ତଥା ରାଜ୍ୟ ବାହାରେ ମାଁ ବହୁଳ ଭାବେ ପୂଜିତା। ବହୁ ଗାଁରେ ମାଁଙ୍କ ମନ୍ଦିର ରହିଛି। ସବୁ ମନ୍ଦିର ସଂପର୍କରେ ତଥ୍ୟ ଏକାଠି କରିବା ଓ ମାଁଙ୍କ ପୀଠ ଗୁଡ଼ିକରେ ହେଉଥିବା ବିଭିନ୍ନ ପର୍ବ ସଂପର୍କରେ ସୂଚନା ସଂଗ୍ରହ କରିବା ଦିଗରେ ସମିତି କାର୍ଯ୍ୟ କରୁଛି। ବର୍ତ୍ତମାନ ସୁଦ୍ଧା ୨୫୦ରୁ ଅଧିକ ସମଲେଇ ମନ୍ଦିର ସଂପର୍କରେ ତଥ୍ୟ ମିଳିଛି। ପଶ୍ଚିମ ଓଡ଼ିଶା ବାହାରେ କେନ୍ଦୁଝର, ଗଞ୍ଜାମ ଓ ଫୁଲବାଣୀ ଜିଲ୍ଲାରେ ମାଁ ସମଲେଶ୍ବରୀଙ୍କ ମନ୍ଦିର ରହିଛି। ପଶ୍ଚିମ ଓଡ଼ିଶା ଭଳି ଛତିଶଗଡ଼ ରାଜ୍ୟର ବହୁ ଗାଁ ଓ ସହରରେ ବି ମାଁଙ୍କ ମନ୍ଦିର ଅଛି। ରାୟପୁର, ରାୟଗଡ଼, ସାରଂଗଡ଼, ବସନା, ଚାମ୍ପା, ଶକ୍ତି, ସୁରଜପୁର, ବିଶ୍ରାମପୁର, ଅମ୍ବିକାପୁର ଆଦି ସହରରେ ମାଁ ସମଲେଶ୍ବରୀ ପୂଜା ପାଉଛନ୍ତି। ସେହିପରି ଝାଡ଼ଖଣ୍ଡର ଜାମସେଦପୁର, ପଶ୍ଚିମ ସିଂଭୂମି ଜିଲ୍ଲା ନୋଆମୁଣ୍ଡି, ହତ୍ନାବେଡାରେ ରହିଛି ମାଁ ସମଲେଶ୍ବରୀଙ୍କ ମନ୍ଦିର । ପଶ୍ଚିମବଙ୍ଗର ଖଡ଼ଗପୁରରେ ମଧ୍ୟ ମାଁ ସମଲେଶ୍ବରୀଙ୍କ ମନ୍ଦିର ରହିଥିବା ମହିମା ପ୍ରଚାର ସମିତି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe