ଟିକା ନେଲେଣି ୨୫ ହଜାରରୁ ଅଧିକ ଗର୍ଭବତୀ

୧୮ ଜିଲ୍ଲାରେ ଦ୍ବିତୀୟ ଡୋଜ୍ ଟିକାକରଣ ନୈରାଶ୍ୟଜନକ

Image Courtesy of Zee News

ଭୁବନେଶ୍ବର : ରାଜ୍ୟରେ ୨୫,୧୧୨ ଗର୍ଭବତୀ କରୋନା ଟିକା ନେଇ ସାରିଲେଣି। ସୋମବାର ୫୭୨୩ ଗର୍ଭବତୀଙ୍କୁ ଟିକା ଦିଆଯାଇଥିଲା। ତେବେ ମଙ୍ଗଳବାର କୋରାପୁଟ ଜିଲ୍ଲାକୁ ବାଦ୍‌ ଦେଲେ ଅନ୍ୟ ସବୁ ଜିଲ୍ଲାରେ ଟିକାକରଣ କରାଯିବ। ସମୁଦାୟ ୧୧୯୭ ଅଧିବେଶନ‌ରେ ଟିକାକରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୋମବାର ରାଜ୍ୟରେ ୧୩୧୫ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୨ଲକ୍ଷ ୧୮ ହଜାର ୭୧୫ ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧ କୋଟି ୫୫ ଲକ୍ଷ ୧୦ ହଜାର ୨୩୩ ଡୋଜ୍‌ ଟିକା ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe