ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଓଡ଼ିଶା ସମେତ ୧୦ ରାଜ୍ୟକୁ ମିଳିଲା ଅତିରିକ୍ତ ୨୮,୨୦୪ କୋଟି ଟଙ୍କା

ବିଦ୍ୟୁତ ସଂସ୍କାର ପାଇଁ ଓଡ଼ିଶାକୁ ୨୦୨୧-୨୨ ରେ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ଅନୁମତି

ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଓଡ଼ିଶା ସମେତ ୧୦ ରାଜ୍ୟକୁ ମିଳିଲା ଅତିରିକ୍ତ ୨୮,୨୦୪ କୋଟି ଟଙ୍କା

ଭୁବ‌ନେଶ୍ବର: ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ ୨୦୨୧-୨୨ ଆର୍ଥିକ ବର୍ଷରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଅତିରିକ୍ତ ୨୮ ହଜାର ୨୦୪ କୋଟି ଟଙ୍କାର ଋଣ ଉଠାଣ ପାଇଁ ଅନୁମତି ମିଳିଛି ।  ଏହି କ୍ରମରେ ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ନିମନ୍ତେ ମଞ୍ଜୁରି ମିଳିଛି । ସଂସ୍କାର ପ୍ରକ୍ରିୟା ଉପରେ ରାଜ୍ୟମାନଙ୍କୁ ମିଳିଥିବା ଅତିରିକ୍ତ ଋଣ ଉଠାଣ ତାଲିକା ନିମ୍ନରେ ଦିଆଗଲା :

କ୍ରଂସଂଖ୍ୟା ରାଜ୍ୟ ପରିମାଣ (ଟଙ୍କା କୋଟିରେ)
୧. ଆନ୍ଧ୍ର ପ୍ରଦେଶ ୩,୭୧୬
୨. ଆସାମା ୧,୮୮୬
୩. ହିମାଚଳ ପ୍ରଦେଶ ୨୫୧
୪. ମଣିପୁର ୧୮୦
୫. ମେଘାଳୟ ୧୯୧
୬. ଓଡ଼ିଶା ୨,୭୨୫
୭. ରାଜସ୍ଥାନ ୫,୧୮୬
୮. ସିକ୍କିମ ୧୯୧
୯. ତାମିଲନାଡ଼ୁ ୭,୦୫୪
୧୦. ଉତ୍ତର ପ୍ରଦେଶ ୬,୮୨୩

ବିଦ୍ୟୁତ କ୍ଷେତ୍ରରେ ବିଭିନ୍ନ ରାଜ୍ୟମାନଙ୍କ ପକ୍ଷରୁ କରାଯାଇଥିବା ସଂସ୍କାରକୁ ଆଧାର କରି ୨୦୨୧-୨୨ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପ୍ରତି ବର୍ଷ ରାଜ୍ୟ ଜିଡିପିର ୦.୫ ପ୍ରତିଶତ ଅତିରିକ୍ତ ଋଣ ଉଠାଣ ନିମନ୍ତେ ଅନୁମତି ଦେବା ଲାଗି ଅର୍ଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିଲା। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସକୁ ଆଧାର କରି ଏହି ମଞ୍ଜୁରି ଦେବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ୨୦୨୧-୨୨ ବଜେଟ୍‌ ଭାଷଣରେ ଏ ସମ୍ପର୍କରେ ଘୋଷଣା କରିଥିଲେ ।

ବିଦ୍ୟୁତ କ୍ଷେତ୍ରରେ ପରିଚାଳନା ଏବଂ ଆର୍ଥିକ ଦକ୍ଷତାରେ ସୁଧାର ଆଣିବା ସହିତ ଦେୟ ବିଦ୍ୟୁତ୍ ବ୍ୟବହାର କ୍ଷେତ୍ରରେ ଦୀର୍ଘସ୍ଥାୟୀ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ଅତିରିକ୍ତ ଆର୍ଥିକ ପ୍ରୋତ୍ସାହନ ପାଇଁ ଅନୁମତି ଦେବାକୁ ଲକ୍ଷ୍ୟ ରଖାଯାଇଛି । ବିଦ୍ୟୁତ କ୍ଷେତ୍ରରେ ସଂସ୍କାର କାର୍ଯ୍ୟକାରୀ କରୁଥିବା ରାଜ୍ୟମାନଙ୍କୁ ଅତିରିକ୍ତ ଋଣ ଉଠାଣ ନିମନ୍ତେ ଅନୁମତି ଦିଆଯିବାର ବ୍ୟବସ୍ଥା କରାଯାଇଛି ।

ଆୟୋଗ-ଆବଣ୍ଟନ କଂପାନିଙ୍କ ମଧୁଚନ୍ଦ୍ରିକା: ଗ୍ରାହକଙ୍କଠାରୁ ୨ବର୍ଷରେ ୨୫୦୦କୋଟି ଲୁଟ୍ |  Sambad

ଏଥିପାଇଁ ଜୁନ ୯, ୨୦୨୧ରେ ଅର୍ଥ ମନ୍ତ୍ରଣାଳୟ ବ୍ୟୟ ବିଭାଗ ପକ୍ଷରୁ ଆବଶ୍ୟକ ବିସ୍ତୃତ ମାର୍ଗଦର୍ଶିକା ଏବଂ ନିୟମାବଳୀ ଜାରି କରାଯାଇଥିଲା।

ଅତିରିକ୍ତ ଋଣ ଉଠାଣ ନିମନ୍ତେ ବିଦ୍ୟୁତ କ୍ଷେତ୍ରରେ ରାଜ୍ୟ ସରକାରମାନଙ୍କୁ  ବାଧ୍ୟତାମୂଳକ ସଂସ୍କାର କାର୍ଯ୍ୟକାରୀ କରିବାକୁ ହେବ ଏବଂ ନିର୍ଦ୍ଧାରିତ ପ୍ରଦର୍ଶନ ବେଞ୍ଚମାର୍କ ପ୍ରସ୍ତୁତ କରିବାକୁ ପଡ଼ିବ । ବିଦ୍ୟୁତ ବିତରଣ କମ୍ପାନିର ଘରୋଇକରଣ ପାଇଁ ରାଜ୍ୟମାନେ ବୋନସ ପ୍ରୋତ୍ସାହନ ପାଇବା ଲାଗି ଯୋଗ୍ୟ ହୋଇପାରିବେ ।

ରାଜ୍ୟମାନଙ୍କର ପ୍ରଦର୍ଶନ ଏବଂ ଅତିରିକ୍ତ ଋଣ ଉଠାଣ ଅନୁମତି ପାଇଁ ଯୋଗ୍ୟତା ଆକଳନ କରିବା ଲାଗି ଶକ୍ତି ମନ୍ତ୍ରଣାଳୟକୁ ନୋଡାଲ ମନ୍ତ୍ରଣାଳୟ ଭାବେ ନିୟୋଜିତ କରାଯାଇଛି ।

୨୦୨୨-୨୩ ଆର୍ଥିକ ବର୍ଷରେ ମଧ୍ୟ ରାଜ୍ୟମାନେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ସହ ଜଡ଼ିତ ଅତିରିକ୍ତ ଋଣ ଉଠାଣ ସୁବିଧାର ଲାଭ ନେଇପାରିବେ । ଏଥିପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୧,୨୨,୫୫୧ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ଉପଲବ୍ଧ ରହିଛି । ୨୦୨୧-୨୨ ଆର୍ଥିକ ବର୍ଷରେ ସଂସ୍କାର ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିନଥିବା ରାଜ୍ୟମାନେ ଚଳିତ ଆର୍ଥିକ ବର୍ଷରେ ସଂସ୍କାର କାର୍ଯ୍ୟକାରୀ କରିପାରିଲେ ୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟବସ୍ଥା ହୋଇଥିବା ଅତିରିକ୍ତ ଋଣ ଉଠାଣର ଲାଭ ନେଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe