୩୦୦ ହରିଣ ବନ୍ୟା ଜଳରେ ଫସିଲେ, ଟାପୁରେ ନେଲେ ଆଶ୍ରୟ

Advertisment
୩୦୦ ହରିଣ ବନ୍ୟା ଜଳରେ ଫସିଲେ, ଟାପୁରେ ନେଲେ ଆଶ୍ରୟ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ନଦୀରେ ପାଖାପାଖି ୩୦୦ ହରିଣ ଏବେ ବନ୍ୟା ଜଳରେ ଫସି ରହିଛନ୍ତି। ହଠାତ୍ ବନ୍ୟା ଆସିବା ଫଳରେ ଏହି ୩୦୦ ହରିଣ ଏକ ଟାପୁରେ ଫସିଯାଇଛନ୍ତି। ପୂର୍ବ ଗୋଦାବରୀ ଜିଲ୍ଲାର ଧବଲେଶ୍ବରମ୍ ବ୍ୟାରେଜ ନିକଟରେ ଏହି ୩୦୦ରୁ ଊର୍ଦ୍ଧ୍ବ ହରିଣ ଚାଲିଆସିଛନ୍ତି।ପୋଟିଲଙ୍କା ନିକଟରେ ଚାଷୀମାନେ ହରିଣମାନଙ୍କୁ ଧରି ବାହାରକୁ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ତେବେ ଗୋଟିଏ ହରିଣ ବ୍ୟାରେଜ ପହଞ୍ଚିବା ବେଳକୁ କୁକୁରମାନଙ୍କ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କଲା।

publive-image

ହରିଣମାନଙ୍କୁ ଉଦ୍ଧାର କରିବା ପାଇଁ ଜଂଗଲ ବିଭାଗର ଅଧିକାରୀମାନେ ଚେଷ୍ଟା ଜାରି ରଖିଛନ୍ତି। ତେବେ ଏତେ ସଂଖ୍ୟକ ହରିଣ କେଉଁଠାରୁ ଆସିଲେ ତାହା ଜଣାପଡି ନାହିଁ।ଟାପୁରେ ହରିଣମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦୌଡୁଥିବା ଦେଖିବାକୁ ମିଳିଛି। ସେମାନେ ବାହାରକୁ ଯିବାକୁ ଚେଷ୍ଟା କରି ବିଫଳ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି।ତେବେ ସମସ୍ତ ହରିଣମାନଙ୍କ ଜୀବନ କିପରି ବଞ୍ଚିବ ସେନେଇ ଜଂଗଲ ବିଭାଗ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛି। ଏହି ବନ୍ୟା ଜଳ ଜଂଗଲି ଜନ୍ତୁଙ୍କ ପାଇଁ ମଧ୍ୟ କାଳ ହେଲା ବୋଲି ଆଲୋଚନା ଜୋର ଧରିଛି। ଦୀର୍ଘବର୍ଷ ପରେ ଏଭଳି ବନ୍ୟା ସ୍ଥାନୀୟ ଲୋକେ ଦେଖିଲେ। ଏତେ ବଡ ବନ୍ୟା କେବେ ଆସିନଥିବା ଆନ୍ଧ୍ର, ତେଲେଙ୍ଗାନା, ମାଲାକନଗିରି ଏବଂ ଛତିଶଗଡ ଲୋକେ ଦେଖିନଥିବାରୁ ନିଜର ଜିନିଷକୁ ସୁରକ୍ଷିତ ଜାଗାରେ ରଖିପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe