ସମୁଦ୍ରରେ ଫସିଛି ୩୨ରୁ ଅଧିକ ଆନ୍ଧ୍ର ଟ୍ରଲର୍, ଅଟକିଛନ୍ତି ୨୦୦ରୁ ଅଧିକ ମତ୍ସ୍ୟଜୀବୀ

Advertisment
ସମୁଦ୍ରରେ ଫସିଛି ୩୨ରୁ ଅଧିକ ଆନ୍ଧ୍ର ଟ୍ରଲର୍, ଅଟକିଛନ୍ତି ୨୦୦ରୁ ଅଧିକ ମତ୍ସ୍ୟଜୀବୀ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ର ମଧ୍ୟରେ ୩୨ରୁ ଅଧିକ ଆନ୍ଧ୍ରପ୍ରଦେଶ ଟ୍ରଲର୍ ଫସି ରହିଛି। ଏଥିରେ ୨୦୦ରୁ ଅଧିକ ମତ୍ସ୍ୟଜୀବୀ ଥିବା ସୂଚନା ମିଳିଛି। ସମ୍ଭାବ୍ୟ ବାତ୍ୟା ‘ଗୁଲାବ୍’ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବାରୁ ସେମାନଙ୍କ ସହ ପ୍ରଶାସନ ବରାବର ଯୋଗାଯୋଗରେ ରହିଛି। ମତ୍ସ୍ୟଜୀବୀ ମାନେ ନିଜେ ସୁରକ୍ଷିତ ଥିବା କହିଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ, ମାଛ ମାରିବା ପାଇଁ ଗଭୀର ସମୁଦ୍ରକୁ ଆସିଥିବା ଏହି ଆନ୍ଧ୍ର ଟ୍ରଲର୍ ଗୁଡ଼ିକ ଆଜି ସନ୍ଧ୍ୟାରେ ଗୋପାଳପୁର ବନ୍ଦର ପରିସରରେ ଜାହାଜ ଲାଗୁଥିବା ସ୍ଥାନରେ ଲଙ୍ଗର୍ ପକାଇଥିଲେ। ‌ବନ୍ଦର କର୍ତ୍ତୃପକ୍ଷଙ୍କଠୁ ସୂଚନା ପାଇ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୁଲିସ ପ୍ରାଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଓ ବିଡିଓ ବିଶ୍ବଜିତ୍ ରାୟ ପହଞ୍ଚି ମତ୍ସ୍ୟଜୀବୀଙ୍କ ସହ ଯୋଗାଯୋଗ କରିଥିଲେ। ପୁଲିସ ଉପସ୍ଥିତିରେ ସେମାନଙ୍କ ସହ ଅଧିକାରୀ ମାନେ ଆଲୋଚନା ଜାରି ରଖିଛନ୍ତି। ମତ୍ସ୍ୟଜୀବୀ ମାନେ ସୁରକ୍ଷିତ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe