ଟ୍ରେନ୍ ଧକ୍କା ପରେ ବିଦ୍ୟୁତ୍ ଆଘାତରେ ଜଳି ଯାଇଥିଲେ ୪୦ରୁ ଅଧିକ ଯାତ୍ରୀ

Advertisment
ଟ୍ରେନ୍ ଧକ୍କା ପରେ ବିଦ୍ୟୁତ୍ ଆଘାତରେ ଜଳି ଯାଇଥିଲେ ୪୦ରୁ ଅଧିକ ଯାତ୍ରୀ

ଭୁବନେଶ୍ୱର: ମାଲବାହୀ ଟ୍ରେନ୍ ସହ ଧକ୍କା ହେବା ପରେ କରମଣ୍ଡଳରେ ଥିବା ୪୦ରୁ ଅଧିକ ଯାତ୍ରୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲେ। ଏଭଳି ଛାତିଥରା ଘଟଣା ଏବେ ସାମ୍‌ନାକୁ ଆସିଛି। ଘଣ୍ଟା ପ୍ରତି ୧୨୮ କିମି ବେଗରେ ଆସୁଥିବା କରମଣ୍ଡଳ ବାହାନଗା ବଜାର ଷ୍ଟେସନ୍‌ର ଲୁପ୍‌ ଲାଇନରେ ଥିବା ଲୁହାପଥର ବୋଝେଇ ଟ୍ରେନ୍‌କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଏହି ସମୟରେ ବୋମା ବିସ୍ଫୋରଣ ଭଳି ପ୍ରଚଣ୍ଡ ଶଦ୍ଦ ହେବା ସହ ୪୦ରୁ ଅଧିକ ବିଦ୍ୟୁତ ଖୁଣ୍ଟ ଉପୁଡି ଷ୍ଟେସନ୍‌ ପରିସର ଅନ୍ଧାର ହୋଇ ଯାଇଥିଲା। ଓଲଟି ପଡ଼ିଥିବା କେତୋଟି ବଗିରୁ ନିଆଁ ବାହାରିଥିବା ବେଳେ ବିଦ୍ୟୁତ ସଟ୍‌ ସର୍କିଟ୍‌ରୁ ୪୦ରୁ ଅଧିକ ଯାତ୍ରୀ ପୋଡ଼ି ଯାଇଥିଲେ। ଯେଉଁମାନଙ୍କ ଦେହରେ କୌଣସି କ୍ଷତ ହୋଇ ନଥିଲା, କିନ୍ତୁ ସମସ୍ତଙ୍କ ଶରୀର ଗୋଟାପଣେ କଳା ପଡ଼ିଯାଇଥିଲା। ବିଦ୍ୟୁତ ଆଘାତରେ ଏହି ଯାତ୍ରୀମାନେ ଛଟପଟ ହୋଇ ସେଠାରେ ପ୍ରାଣ ହରାଇଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe