ଜଗତସିଂହପୁର: ବନ୍ୟାରେ ୪୫ ହଜାରରୁ ଅଧିକ ଲୋକ ପ୍ରଭାବିତ

Advertisment
ଜଗତସିଂହପୁର: ବନ୍ୟାରେ ୪୫ ହଜାରରୁ ଅଧିକ ଲୋକ ପ୍ରଭାବିତ

ଜଗତସିଂହପୁର : ବନ୍ୟାରେ ଦିନକୁ ଦିନ ଜଗତସିଂହପୁର ଜିଲ୍ଲା ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ବିଶେଷକରି କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକ୍ ଅଞ୍ଚଳରେ ବନ୍ୟା ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଏବେ ବି ହଜାର ହଜାର ଲୋକ ପାଣି ଘେରରେ ରହି ଦୁର୍ଦ୍ଦଶାର ସାମ୍ନା କରୁଛନ୍ତି। ପିଇବା ପାଣି, ରିଲିଫ୍ ମୁଖ୍ୟ ସମସ୍ୟା ପାଲଟିଛି। ଯାହାକୁ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ପାଣି ଛାଡ଼ି ନଥିବାରୁ ଜିଲ୍ଲାରେ ୪୩ଟି ସ୍କୁଲକୁ ଆସନ୍ତା ୨୪ ତାରିଖ ଯାଏ ଛୁଟି ଘୋଷଣା କରାଯାଇଛି।

ସୂଚନା ମୁତାବକ, ରବିବାର ଅପରାହ୍ନ ସୁଦ୍ଧା ଜିଲ୍ଲାର ସମସ୍ତ ୮ ବ୍ଲକ ଏରସମା, କୁଜଙ୍ଗ, ବାଲିକୁଦା, ରଘୁନାଥପୁର, ଜଗତସିଂହପୁର, ବିରିଡି, ତିର୍ତ୍ତୋଲ, ନାଉଗାଁ ପ୍ରଭାବିତ ହୋଇଛି। ୧୩୫ ଗ୍ରାମ ପଞ୍ଚାୟତର ୫୫୩ ଗାଁ ଏବେ ବି କ୍ଷତିଗ୍ରସ୍ତ ଅବସ୍ଥାରେ ରହିଛି। ପ୍ରାୟ ୪୫,୬୧୮ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୩୦ଟି ଗାଁର ୨୧,୪୬୬ ଜଣ ଲୋକ ଏବେ ବି ପାଣି ଘେରରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe