୪ବର୍ଷରେ ପର୍ଯ୍ୟଟନ କ୍ଷେତ୍ରରେ ୫ହଜାର କୋଟିରୁ ଅଧିକ ପୁଞ୍ଜିନିବେଶ: ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ

Advertisment

ଭୁବନେଶ୍ବରରେ ଖୋଲିବ ପାର୍କ ୱଣ୍ଡରଲା

ଭୁବନେଶ୍ବରରେ ଖୋଲିବ ପାର୍କ ୱଣ୍ଡରଲା

୪ବର୍ଷରେ ପର୍ଯ୍ୟଟନ କ୍ଷେତ୍ରରେ ୫ହଜାର କୋଟିରୁ ଅଧିକ ପୁଞ୍ଜିନିବେଶ: ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ବର : ଗତ ୪ବର୍ଷରେ କେବଳ ପର୍ଯ୍ୟଟନ କ୍ଷେତ୍ରରେ ୫ହଜାର କୋଟିରୁ ଅଧିକ ପୁଞ୍ଜିନିବେଶ ହୋଇଛି ବୋଲି କହିଛନ୍ତି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର। ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ବହୁ ଅନ୍ତର୍ଜାତୀୟ ବ୍ରାଣ୍ଡର ହୋଟେଲ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି। ସେହିପରି ଭାରତର ଅଗ୍ରଣୀ ଆମୋଦପ୍ରମୋଦ ପାର୍କ ୱଣ୍ଡରଲା ଭୁବନେଶ୍ବରରେ ଦେଶର ଚତୁର୍ଥ ଆମୋଦପ୍ରମୋଦ ପାର୍କ ଖୋଲିବାକୁ ଯାଉଛି।

ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର କହିଥିଲେ, ୧୫ଟି ପ୍ରାଥମିକତାପ୍ରାପ୍ତ ସ୍ଥାନର ସାମଗ୍ରିକ ବିକାଶ ଯଥା ସାତକୋଶିଆ, ହୀରାକୁଦ, ଭିତରକନିକା, ଚିଲିକା, ଚନ୍ଦ୍ରଭାଗା ବେଳାଭୂମି ସମ୍ମୁଖ, ଦାରିଙ୍ଗବାଡ଼ି, ତାଳସାରୀ ବେଳାଭୂମି, ଖଣ୍ଡଗିରି-ଉଦୟଗିରି, ଦେଓମାଳୀ, ନୃସିଂହନାଥ-ହରିଶଙ୍କର, ଧବଳେଶ୍ବର, ମହେନ୍ଦ୍ରଗିରି, ବକୁଳବଣ, ଧଉଳି ଓ ରଘୁରାଜପୁର ପର୍ଯ୍ୟଟନସ୍ଥଳୀର ବ୍ୟବସ୍ଥିତ ବିକାଶକୁ ଶୃଙ୍ଖଳିତ କରିବା ପାଇଁ ସମନ୍ବିତ ପର୍ଯ୍ୟଟନ ମାଷ୍ଟରପ୍ଲାନ ମାଧ୍ୟମରେ ନିଆଯାଇଛି। ଏଥିପାଇଁ ରାଜ୍ୟ ସରକାର ୧୫୦୦କୋଟି ବ୍ୟୟବରାଦ କରିଛନ୍ତି। ଏହାବ୍ୟତୀତ ରାଜ୍ୟର ୩୩ଟି ଚିହ୍ନଟ ପର୍ଯ୍ୟଟନସ୍ଥଳୀ ପାଇଁ ଭିତ୍ତିଭୂମି ବ୍ୟବଧାନ ଆକଳନ ଆଧାରରେ ବିକାଶ ଆରମ୍ଭ ହୋଇଛି।

ସେହିପରି ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ କହିଥିଲେ ପାରମ୍ପରିକ ଲୋକକଳାର ପୁନରୁଦ୍ଧାର ଐତିହ୍ୟପୀଠଗୁଡ଼ିକର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାସହ ବିଭାଗ ପକ୍ଷରୁ ଗତ ୪ବର୍ଷରେ କାର୍ଯ୍ୟକ୍ଷମ ହୋଇଥିବା ବିଭିନ୍ନ ସଫଳତମ ଯୋଜନା ବିଷୟରେ ଶ୍ରୀ ସାହୁ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe