ହରିଚନ୍ଦନପୁର: ୫ ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ

ହରିଚନ୍ଦନପୁର: ୫ ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ

Times of India

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ କେନ୍ଦୁଝର ଜିଲ୍ଲାର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ  ପରିଚିତ।  ଏହି ବ୍ଲକରେ ଅଧିକ ମହାବିଦ୍ୟାଳୟ ନଥିବା, ହାଇସ୍କୁଲଗୁଡିକରେ ଯୁକ୍ତ ଦୁଇ ଖୋଲି ନଥିବା ଏବଂ ଗରିବ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ଦୂରକୁ ଯିବାକୁ ଅସମର୍ଥ ହେଉଥିବାରୁ ୫ ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।

ବ୍ଲକରେ ୩୦ ଟି ହାଇସ୍କୁଲ ରହିଛି। ଏହି ୩୦ ଟି ହାଇସ୍କୁଲରୁ ଚଳିତ ବର୍ଷ ୨୦୨୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ।  ସେଥିମଧ୍ୟରୁ ୧୯୪୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପାଶ କରିଛନ୍ତି।  ହରିଚନ୍ଦନପୁର ବ୍ଲକରେ ହରିଚନ୍ଦନପୁର, ଜଂଘିରା ଏବଂ ଶାଳବେଡା (ପଣ୍ଡାପଡା) ରେ ମହାବିଦ୍ୟାଳୟ ରହିଛି। ଏହି ୩ ଟି ମହାବିଦ୍ୟାଳୟରେ ଯୁକ୍ତ ଦୁଇର ସିଟ ସଂଖ୍ୟା ୧୦୨୮ । ଅବଶିଷ୍ଟ ୯୧୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ  ୩ ଶହ ଛାତ୍ରଛାତ୍ରୀ କଟକ, ଭୁବନେଶ୍ୱରରେ ଯୁକ୍ତ ଦୁଇ ସମେତ ବିଭିନ୍ନ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ପାଠ ପଢିବେ। ୫ ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସରକାର ଯଦି ବ୍ଲକର ଭଗାମୁଣ୍ଡା, ବକ୍ସିବାରିଗାଁ, ମନୋହରପୁର, ଜିରାଙ୍ଗ ଓ ରେବଣାପଳାସପାଳ ହାଇସ୍କୁଲ ଗୁଡ଼ିକରେ ଯୁକ୍ତ ଦୁଇ ମହାବିଦ୍ୟାଳୟ ଖୋଲନ୍ତି, ତେବେ ସଂପୃକ୍ତ ଅଞ୍ଚଳର ଛାତ୍ରଛାତ୍ରୀ ସହଜରେ ଉଚ୍ଚ ଶିକ୍ଷା ପାଇପାରନ୍ତେ।

ଯୁକ୍ତ ଦୁଇ ମହାବିଦ୍ୟାଳୟ ଖୋଲିବାପାଇଁ ଉପରୋକ୍ତ ୫ ଟି ହାଇସ୍କୁଲରେ ଭିତ୍ତିଭୂମି ମଧ୍ୟ ରହିଛି।  ଏ ସମ୍ପର୍କରେ ବ୍ଲକର ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମହାନ୍ତି ଗତ ୧୯ ତାରିଖ ହରିଚନ୍ଦନପୁରରେ ଅୟୋଜିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଆଶିଷ ଠକରେଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବ୍ଲକ୍‌ର ୫-ଟି ହାଇସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବାକୁ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe