ଷ୍ଟକ୍‌ୟାର୍ଡରୁ ୭୦ରୁ ଅଧିକ କାର୍‌ ଗାଏବ, ଜଣେ ଗିରଫ: ମୁଖ୍ୟ ଅଭିଯୁକ୍ତ ମ୍ୟାନେଜର ଫେରାର

Advertisment

୪ କୋଟି ଟଙ୍କା ଠକେଇ ଓ ଗାଡ଼ି ହଡ଼ପ ମାମଲାରେ ରାଉରକେଲା ପୁଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସେକ୍ଟର-୧୫ ଏଚ୍‌/୬୬୦ର ମହମ୍ମଦ ଦାଉଦ୍‌(୪୭)। ତା’ଠାରୁ ୯ଟି ଗାଡ଼ି ଜବତ ପରେ କୋର୍ଟ ଚାଲାଣ କରାଯାଇଛି।

୪ କୋଟି ଟଙ୍କା ଠକେଇ ଓ ଗାଡ଼ି ହଡ଼ପ ମାମଲାରେ ରାଉରକେଲା ପୁଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସେକ୍ଟର-୧୫ ଏଚ୍‌/୬୬୦ର ମହମ୍ମଦ ଦାଉଦ୍‌(୪୭)। ତା’ଠାରୁ ୯ଟି ଗାଡ଼ି ଜବତ ପରେ କୋର୍ଟ ଚାଲାଣ କରାଯାଇଛି।

car

ରାଉରକେଲା: ୪ କୋଟି ଟଙ୍କା ଠକେଇ ଓ ଗାଡ଼ି ହଡ଼ପ ମାମଲାରେ ରାଉରକେଲା ପୁଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସେକ୍ଟର-୧୫ ଏଚ୍‌/୬୬୦ର ମହମ୍ମଦ ଦାଉଦ୍‌(୪୭)। ତା’ଠାରୁ ୯ଟି ଗାଡ଼ି ଜବତ ପରେ କୋର୍ଟ ଚାଲାଣ କରାଯାଇଛି। ସୂଚନାନୁଯାୟୀ, ସିଭିଲ୍‌ ଟାଉନସିପ୍‌ ଅଞ୍ଚଳର ରିଷଭ ଅଗ୍ରୱାଲ(୩୧) ହେଉଛନ୍ତି ସୀତା ଅଟୋ କେୟାର୍ସର ମାଲିକ। ସେଠାରେ କିଆ କମ୍ପାନି ଗାଡ଼ି ବିକ୍ରି କରିବା ସହ ସମସ୍ତ ପୁରୁଣା କାର୍‌ କିଣାବିକା କରନ୍ତି। ରିଷଭ ଗତ ଫେବ୍ରୁଆରି ୨୫ ତାରିଖରେ ବ୍ରାହ୍ମଣୀତରଙ୍ଗ ଥାନାର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଅଜାଣତରେ କମ୍ପାନିରେ ବଡ଼ଧରଣର ହେରଫେର ହୋଇଥିବା ଲିଖିତ ଅଭିଯୋଗ କରିଥିଲେ। ଏହା ସହ ତାଙ୍କ କାର୍‌ ଷ୍ଟକ୍‌ୟାର୍ଡରୁ ୬୦ରୁ ୭୦ କାର୍‌ ନଥିବା ମଧ୍ୟ ପୁଲିସକୁ କହିଥିଲେ। ପୁଲିସ ମାମଲାର ତଦନ୍ତ କରିବାକୁ ଯାଇ ଷ୍ଟକ୍‌ୟାର୍ଡ ଏବଂ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ଯାଞ୍ଚ କରିଥିଲା। ପ୍ରାୟ ୪ କୋଟିର ହେରଫେର ହୋଇଥିବା ଜଣାପଡ଼ିଥିଲା। ଏହାପରେ କମ୍ପାନିର ମ୍ୟାନେଜର୍‌ଙ୍କୁ ଖୋଜା ପଡ଼ିଥିଲା।

କମ୍ପାନିରେ ଦୀର୍ଘଦିନ ଧରି ମ୍ୟାନେଜର ଭାବେ କାମ କରୁଥିବା ଯୁବକଜଣକ ଘଟଣାରେ ସମ୍ପୃକ୍ତ ବୋଲି ପୁଲିସ ଜାଣିବାକୁ ପାଇଥିଲା। ଏହି ଘଟଣା ପରେ ସେ କାମକୁ ଆସୁନଥିବାବେଳେ ସହରରୁ ଫେରାର ହୋଇଯାଇଛି। ସେ ରାଉରକେଲାର ଜଣେ କାର୍‌ ବ୍ରୋକର ମହମ୍ମଦ ଦାଉଦ୍‌ଙ୍କ ସହ ମିଶି କୋଟିକୋଟି ଟଙ୍କାର ଗାଡ଼ି ନେଇଯାଇଛି। ଘଟଣାର ସୁରାକ୍‌ ପାଇବା ପରେ ମହମ୍ମଦ ଦାଉଦ୍‌କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ତାଠାରୁ ରେନଲ୍ଟ, ହ୍ୟୁଣ୍ଡାଇ, ମାରୁତି କମ୍ପାନିର ମୋଟ ୯ଟି କାର୍‌ ଜବତ କରାଯାଇଛି। ଏହାସହ ୨୯ ଲକ୍ଷ ୫୦ ହଜାର ଟଙ୍କାର ନେଣଦେଣ କରିଥିବା ଦାଉଦ୍‌ର ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟରୁ ଜଣାପଡ଼ିଛି। ସେପଟେ କମ୍ପାନି ମ୍ୟାନେଜରଙ୍କୁ ଖୋଜିବାକୁ ତନାଘନା ଜାରି ରହିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe