ରାଜ୍ୟର ୪ ଜିଲ୍ଲାରେ ହଜାରରୁ ଅଧିକ ରୋଗୀ, ୬ ମୃତ୍ୟୁ ସହ ସଂଖ୍ୟା ଶହେ ନିକଟତର

Advertisment

ଦିନକରେ ୬୭୩ ଚିହ୍ନଟ, ୪୫୭ ସୁସ୍ଥ, ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ପାର୍

ଦିନକରେ ୬୭୩ ଚିହ୍ନଟ, ୪୫୭ ସୁସ୍ଥ, ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ପାର୍

ରାଜ୍ୟର ୪ ଜିଲ୍ଲାରେ ହଜାରରୁ ଅଧିକ ରୋଗୀ, ୬ ମୃତ୍ୟୁ ସହ ସଂଖ୍ୟା ଶହେ ନିକଟତର

iProcureSecurity

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକଟ ଧୀରେ ଧୀରେ ଗମ୍ଭୀର ହେବା ଲାଗିଛି। କେବଳ ଗଞ୍ଜାମ ନୁହେଁ, ଖୋର୍ଧା, କଟକ ଓ ଯାଜପୁର ଜିଲ୍ଲାରେ ଗଞ୍ଜାମ ଜିଲ୍ଲା ଭଳି ପରିସ୍ଥିତି ସୃଷ୍ଟି ହେବା ନେଇ ସୂଚନା ମିଳିଲାଣି। ହଜାରେ ସଂଖ୍ୟା ଅତିକ୍ରମ କରିଥିବା ୪ଜିଲ୍ଲା ବାଦ୍ ଅନ୍ୟ କିଛି ଜିଲ୍ଲା ମଧ୍ୟ ହଜାର ସଂଖ୍ୟା ଛୁଇଁବା ଆଡ଼କୁ ମୁହାଇଁଛନ୍ତି। ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୬୬ ସହ ଆଗରେ ରହିଛି। ଦ୍ବିତୀୟ ଜିଲ୍ଲା ଭାବେ ଖୋର୍ଧା ୨ହଜାର ସଂଖ୍ୟାକୁ ଅତିକ୍ରମ କରିଛି।

ଏହାବାଦ୍ କଟକ ୧୨୪୩ ଓ ଯାଜପୁରରେ ୧୦୨୧ରୋଗୀ ଚିହ୍ନଟ ହୋଇ ସାରିଲେଣି। ଜୁଲାଇ ମାସରେ ଯେଉଁଭଳି ଭାବେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ଅନ୍ୟ କେତେକ ଜିଲ୍ଲା ମଧ୍ୟ ଖୁବଶୀଘ୍ର ଏହି ସଂଖ୍ୟା ଛୁଁଇବେ ବୋଲି ଆଶଙ୍କା ସୃଷ୍ଟି ହେଲାଣି।

publive-image Spectrum MDX

ରାଜ୍ୟରେ ଏବେ ସୁଦ୍ଧା ୩ ଲକ୍ଷ ୯୩ହଜାରରୁ ଅଧିକ କୋଭିଡ୍‌ ନମୁନା ପରୀକ୍ଷା ହୋଇସାରିଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ୧୮ହଜାର ୧୧୦ ଛୁଇଁଛି। ରାଜ୍ୟରେ ଏବେ ୨୨ଟି କୋଭିଡ୍‌ ନମୁନାରୁ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ୨ ମାସ ପୂର୍ବରୁ ଏହା ୨ଶହରୁ ଅଧିକ ନମୁନାରୁ ଜଣେ ଲେଖାଏଁ ପଜିଟିଭ୍ ବାହାରୁଥିଲେ। ଏହାସହ ଏବେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆଇ ୪.୬ ପ୍ରତିଶତକୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୧ଲକ୍ଷ ଲୋକସଂଖ୍ୟାରେ ୯୦୧ଜଣ କୋଭିଡ୍‌ ପରୀକ୍ଷା ହୋଇଥିବା ଜଣାପଡ଼ିଛି।

ଆଜି ରାଜ୍ୟରେ ୬ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଭାବେ ଘୋଷଣା ହୋଇଛି। ଏଥିରେ ୪ଜଣ ଗଞ୍ଜାମ ଜିଲ୍ଲାର, ଜଣେ ଲେଖାଏଁ ଗଜପତି ଓ ନୟାଗଡ଼ ଜିଲ୍ଲାର ରହିଛନ୍ତି। ଗଞ୍ଜାମ ଜିଲ୍ଲାର ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ୫୨ବର୍ଷର ପୁରୁଷ, ମଧୁମେହ ରୋଗ ଥିବା ୪୨ବର୍ଷର ପୁରୁଷ ଓ ୭୦ ବର୍ଷର ପୁରୁଷ କରୋନାର ଶିକାର ହୋଇଛନ୍ତି। ତେବେ ୫୪ ବର୍ଷର ଜଣେ ପୁରୁଷଙ୍କ ଅନ୍ୟ କୌଣସି ରୋଗ ନ ଥିବା ବେଳେ କେବଳ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୫୯ରେ ପହଞ୍ଚିଛି। ଗଜପତି ଜିଲ୍ଲାର ୫୫ ବର୍ଷର ପୁରୁଷ ମଧ୍ୟ ମଧୁମେହରେ ପୀଡ଼ିତ ଥିବା ବେଳେ ନୟାଗଡ଼ ଜିଲ୍ଲାର ୪୦ବର୍ଷର ବ୍ୟକ୍ତି ଭୂତାଣୁ ଯୋଗୁଁ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ୯୭ରେ ପହଞ୍ଚିଥିବା ବେଳେ ଅଣ କୋଭିଡ୍‌ ମୃତ୍ୟୁ ସଂଖ୍ୟା ୨୮ ଛୁଇଁଛି। ଦୁଇ ମୃତ୍ୟୁକୁ ହିସାବକୁ ନେଇ ରାଜ୍ୟରେ ଏବେ ସୁଦ୍ଧା ସରକାରୀ ଭାବେ ୧୨୫ଜଣଙ୍କ ମୃତ୍ୟୁ ହୋଇଛି।

publive-image fct.unl.pt

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ସର୍ବାଧିକ ଗଞ୍ଜାମ ଜିଲ୍ଲାର ୨୩୯ଜଣ ରହିଛନ୍ତି। ଏଥିରେ ୩୯ଜଣ କୋଭିଡ ଯୋଦ୍ଧା ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାବାଦ୍‌ ଖୋର୍ଧା ଓ ଭଦ୍ରକରୁ ୫୮ଜଣ ଲେଖାଏଁ ରହିଥିବା ବେଳେ କନ୍ଧମାଳ ୪୪, କୋରାପୁଟ ୪୧ ରହିଛନ୍ତି। ଜଗତ୍‌ସିଂହପୁର ୩୬, କଟକ ୩୨, ଯାଜପୁର ୨୮, କେନ୍ଦୁଝର ୨୪, ବରଗଡ଼ ୨୨, ଗଜପତି ୧୫, ଝାରସୁଗୁଡ଼ା ୧୪, ବାଲେଶ୍ବର ୧୩, ସୁନ୍ଦରଗଡ଼ ୧୧, ଢେଙ୍କାନାଳ ୧୦, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ଼ା, ଅନୁଗୁଳ ଓ ସୋନପୁରରୁ ୪ଜଣ ଲେଖାଏଁ, ମୟୂରଭଞ୍ଜରୁ ଜଣେ ରହିଛନ୍ତି। ୬୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୬ଜଣ ସଙ୍ଗରୋଧରୁ ଓ ୨୨୭ଜଣ ସ୍ଥାନୀୟ ଆକ୍ରାନ୍ତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷରେ ଆଜି ରାଜ୍ୟରେ ୪୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଗଞ୍ଜାମ ୧୧୮, ନୟାଗଡ଼ ୫୩, କଟକ ୪୪, ସୁନ୍ଦରଗଡ଼ ୩୮, ଖୋର୍ଧା ୩୨, ଗଜପତି ୨୨, ଯାଜପୁର ୨୦, ନୂଆପଡ଼ା ୧୮, ବାଲେଶ୍ବର ୧୭, ମୟୂରଭଞ୍ଜ ୧୫, ଅନୁଗୁଳ ଓ କୋରାପୁଟ ୧୧ ଲେଖାଏଁ, ମାଲକାନଗିରି ଓ କେନ୍ଦ୍ରାପଡ଼ାରେ ୯ଜଣ ଲେଖାଏଁ, କେନ୍ଦୁଝର ୭, ଝାରସୁଗୁଡ଼ା ୬, ବୌଦ୍ଧ ୫, ଦେବଗଡ଼ ୪, ବରଗଡ଼, ନବରଙ୍ଗପୁର ଓ ସମ୍ବଲପୁରରୁ ୩ ଲେଖାଏଁ, ବଲାଙ୍ଗୀର, ପୁରୀ ଓ ରାୟଗଡ଼ାରୁ ୨ ଲେଖାଏଁ, ଭଦ୍ରକ, ଢେଙ୍କାନାଳ ଓ ଜଗତ୍‌ସିଂହପୁରରୁ ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨୯୧୦ରେ ପହଞ୍ଚିଛି। ରାଜ୍ୟରେ ଏବେ ୫୨୦୦ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe