ହୀରାକୁଦ ଜଳଭଣ୍ଡାରରୁ ପୁଣି ଖୋଲିଲା ୨ଟି ଗେଟ୍‌, ମୋଟ୍‌ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

Advertisment
ଧଉଳି ଢାଞ୍ଚାରେ ହୀରାକୁଦ ମହୋତ୍ସବ ୧୭ରୁ

Image Courtesy of Zee News

ସମ୍ବଲପୁର: ଉପରମୁଣ୍ଡରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ି ଚାଲିଥିବାରୁ ଗୁରୁବାର ଅପରାହ୍ନରେ ପୁଣି ୨ଟି ଗେଟ୍‌ ଖୋଲିଛି। ଏଥି ସହିତ ଜଳଭଣ୍ଡାରରୁ ମୋଟ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ରିପୋର୍ଟ ଅନୁସାରେ ଜଳଭଣ୍ଡାରର ବାମ ପାର୍ଶ୍ବରରୁ ୬ଟି ଓ ଡାହାଣ ପାର୍ଶ୍ବରୁ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି।

ବୁଧବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୪.୨୫ ଫୁଟ୍‌ରେ ପହଂଚି ଥିଲା। ସକାଳ ୬ଟାରେ ଜଳସ୍ତର ୬୧୩.୮୫ ଫୁଟ୍ ପହଂଚିଥିବା ବେଳେ ମଧ୍ୟାହ୍ନ ୧୨ଟାରେ ୬୧୪ ଫୁଟ୍‌ ଅତିକ୍ରମ କରିଥିଲା। ସନ୍ଧ୍ୟା ୬ଟାରେ ଜଳଭଣ୍ଡାରକୁ ୧,୬୮,୮୫୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ସମୟରେ ୧,୧୬, ୬୮୮ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ୫ଟି ସ୍ପିଲୱେ ଦେଇ ୭୬,୦୨୫ କ୍ୟୁସେକ ଏବଂ ପାୱାର ଚାନେଲ ଦେଇ ୩୬,୧୭୭ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ସେହିପରି ଜଳସେଚନ ନିମନ୍ତେ ୪୨୧୩ କ୍ୟୁସେକ ଜଳ ବିଭିନ୍ନ କେନାଲରେ ଛଡ଼ାଯାଇଛି। ଶିଳ୍ପାନୁଷ୍ଠାନଗୁଡ଼ିକ ୨୭୩ କ୍ୟୁ‌ସେକ ଜଳ ଜଳଭଣ୍ଡାରରୁ ଟାଣୁଛନ୍ତି।

ଚଳିତ ବର୍ଷ ମୁଣ୍ଡଳୀରେ ମହାନଦୀର ପ୍ରଥମ ବନ୍ୟାଜଳ ପହଞ୍ଚିଛି। ବୁଧବାର ମଧ୍ୟ ରାତିରୁ ଏହି ବନ୍ୟାଜଳ ମୁଣ୍ଡଳୀ ବ୍ୟାରେଜ୍‌ ଦେଇ ପ୍ରବାହିତ ହେଉଛି। ହୀରାକୁଦ ଡ୍ୟାମ୍‌ର ୫ଟି ଗେଟ୍‌ ଖୋଲାଯିବା ପରେ ବନ୍ୟାଜଳ ଆସି ମୁଣ୍ଡଳୀ ଅତିକ୍ରମ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe