ଗାଁ ମଶାଣିରେ ଏକାଠି ଜଳିଲା ୮ଜଣଙ୍କ ଚିତା: ଅନ୍ତିମ ସଂସ୍କାର ବେଳେ ଲୁହରେ ଭିଜିଲା ଗାଁ ମାଟି

Advertisment
ଗାଁ ମଶାଣିରେ ଏକାଠି ଜଳିଲା ୮ଜଣଙ୍କ ଚିତା: ଅନ୍ତିମ ସଂସ୍କାର ବେଳେ ଲୁହରେ ଭିଜିଲା ଗାଁ ମାଟି

ବ୍ରହ୍ମପୁର: ବସ୍‌ରେ ୧୧ କେଭି ବିଦ୍ୟୁତ ତାର ଲାଗିବା ଘଟଣାରେ ମୃତ୍ୟୁ ହୋଇଥିବା ୯ ଜଣଙ୍କୁ ଶୋକାକୂଳ ପରିବେଶ ଭିତରେ ଅନ୍ତିମ ବିଦାୟ ଦିଆଯାଇଛି। ବ୍ରହ୍ମପୁର ଡଙ୍ଗଲପାଡ଼ୁ ଗାଁ ଶ୍ମଶାନରେ ଆଠ ମୃତକଙ୍କ ଅନ୍ତିମ ସଂସ୍କାର ହୋଇଥିବା ବେଳେ ଅନ୍ୟ ଜଣେ ମୃତକଙ୍କ ସତ୍କାର ଅନ୍ୟ ଏକ ଗାଁରେ ହୋଇଥିବା ଜଣାପଡ଼ିଛି। ତେବେ ଗୋଟିଏ ଗାଁରେ ଆଠ ଆଠ ଜଣଙ୍କ ଚିତା ଜଳିବା ପରେ ପୂରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ନିଜ ପ୍ରିୟ ଜନଙ୍କୁ ହରାଇ ତମାମ ଗାଁ ତୁନି ହୋଇଥିବା ବେଳେ ଗାଁ ସାରା ଲୋକେ କଇଁ କଇଁ କାନ୍ଦୁଛନ୍ତି ।

କିଏ ପୁଅକୁ ହରାଇଛି, ତ କିଏ ଦୁଇ ଦୁଇଟି ଝିଅକୁ ତ ପୁଣି କିଏ ଶଙ୍ଖା ସିନ୍ଦୂରକୁ ହରାଇ ମାଟି ଉପରେ ମୁଣ୍ଡ ପିଟି ବାହୁନି ହୋଇ କାନ୍ଦୁଛି। ଦୁର୍ଘଟଣାରେ ଗୋଟିଏ ଗାଁରେ ଆଠ ଜଣ ଆଖି ବୁଜିବା ପରେ ଗାଁ ସାରା ନିସ୍ତବ୍ଦତା ଖେଳିଯାଇଛି । ଆଉ ଏ ନିରବତା ଭିତରେ କାନ୍ଦ ବୋବାଳିର ଏ କରୁଣ ଚିତ୍କାର ପୂରା ଗାଁ ଆଖିରେ ଲୁହ ଆଣିଦେଇଛି । publive-image

ବ୍ରହ୍ମପୁରର ଛାତିଥରା ଦୁର୍ଘଟଣାରେ ବରର ଦୁଇ ଭଉଣୀ ଏବଂ ଭଣଜା ଆଖି ବୁଜିଥିବା ବେଳେ ଗାଁର ଅନ୍ୟ ୭ ଜଣଙ୍କ ମୃତ୍ୟୁ ହୋଇଛି । ନିର୍ବନ୍ଧ ପାଇଁ ଡଙ୍କଲପାଡୁରୁ ଚିକରଡ଼ା ଯାଉଥିବା ବେଳେ ବାଟ ମଝିର ବିଦ୍ୟୁତ ଝଟକାରେ ବସ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ରୁ ଅଧିକ ଲୋକେ ଆହତ ହୋଇଥିଲେ । ତେବେ ଭୟାନକ ଦୁର୍ଘଟଣା ସମସ୍ତଙ୍କୁ ବାକଶୂନ୍ୟ କରି ଦେଇଛି।

ସେପଟେ ଦୁର୍ଘଟଣା ପରେ ବସ ଭିତରର ବିକ୍ଷିପ୍ତ ଚିତ୍ର ସମସ୍ତଙ୍କ ଛାତିକୁ ଭାରି ଭାରି କରିଛି । ନିର୍ବନ୍ଧ ପାଇଁ ନେଇ ଯାଉଥିବା କଦଳୀ ଥାଳିରେ ସେମିତି ଥୁଆ ହୋଇଛି । ଗୋଟା ଗୋଟା ନଡ଼ିଆ ଏତେତେଣେ ଗଡୁଛି ଆଉ ସମ୍ପର୍କର ମିଠା ମୁହଁମାଡି ପଡ଼ିଛି । କନ୍ୟା ପାଇଁ ନେଇ ଯାଉଥିବା ଶାଢି ବି ପୋଡ଼ି ଯାଇଛି । ତେବେ ଶେଷରେ ଗାଁ ଶ୍ମଶାନରେ ସମସ୍ତ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe