ମେସ୍କୋ ଆଲୋଚନା ପୁଣି ବିଫଳ: ୧୩ ଗାଡ଼ି ଅଟକାଇଲେ ଠିକାଦାର, କର୍ମଚାରୀ

Advertisment
ବନ୍ଦ କାରଖାନାରେ ରେଲୱେ ସାଇଡିଂକୁ ଭଡ଼ା; ମେସ୍କୋ କର୍ମଚାରୀ, ଶ୍ରମିକଙ୍କ ଅ‌ସନ୍ତୋଷ ବଢ଼ୁଛି

SME Times

ଦାନଗଦୀ : ଠିକାଦାର ଓ କର୍ମଚାରୀମାନେ ମେସ୍କୋ କାରଖାନାରୁ ମାଲ ପରିବହନ ପାଇଁ ବାହାରିଥିବା ୧୩ଟି ଗାଡ଼ିକୁ ଅଟକାଇଛନ୍ତି। ଆଲୋଚନା ମୁତାବକ ଠିକାଦାର, ପରିବହନ ଠିକାଦାର ଓ କର୍ମଚାରୀଙ୍କ ବକେୟା ପାଉଣା ନଦେଲେ ଆନ୍ଦୋଳନ ଜାରି ରହିବା ସହ ମାଲବୋଝେଇ ଗାଡ଼ିକୁ ପରିବହନ କରିବାକୁ ଦିଆଯିବନାହିଁ ବୋଲି ଠିକାଦାର, କର୍ମଚାରୀ ଚେତାବନୀ ଦେଇଛନ୍ତି। ପ୍ରକାଶ ଯେ, ଗତ ୨୦୧୯ ଅକ୍ଟୋବରରୁ ମେସ୍କୋ କାରଖାନା ବନ୍ଦ ହେବାପରେ ଶ୍ରମିକ, କର୍ମଚାରୀ ବହୁ ଅସୁବିଧାରେ ଦିନ କାଟୁଛନ୍ତି।

ପ୍ରକାଶ ଯେ, ଗତ ୭ ତାରିଖରେ କଳିଙ୍ଗନଗର ଥାନାରେ ଠିକାଦାର, ପରିବହନ ଠିକାଦାର ଓ ପ୍ରଶାସନ ମଧରେ ବୈଠକ ହେଇଥିଲା। ଆସନ୍ତା ୧୫ଦିନ ମଧ୍ୟରେ କାରଖାନାରେ ଥିବା ମାଲ ବିକ୍ରିକରି ଶ୍ରମିକ, କର୍ମଚାରୀଙ୍କ ବକେୟା ପ୍ରଦାନ କରିବାକୁ ମେସ୍କୋ କର୍ତ୍ତୃପକ୍ଷ ସହମତି ପ୍ରଦାନ କରିଥିଲେ। ବୈଠକରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, କଳିଙ୍ଗନଗର ଏଏସ୍‌ପି ଜୟରାମ ଶତପଥୀ, ଥାନା ଅଧିକାରୀ ସୁଶାନ୍ତ ଦାସଙ୍କ ସହିତ କାରଖାନାର ଅଧିକାରୀମାନେ ଉପସ୍ଥିତ ଥିଲେ। ୨୦ ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବକେୟା ପଇସା ପ୍ରଦାନ କରାଗଲାନାହିଁ। ଫଳରେ କାରଖାନାରୁ ମାଲପରିବହନ କରିବାକୁ କର୍ମଚାରୀ ଓ ଠିକାଦାରମାନେ ୭ଦିନ ହେଲା ୧୩ଟି ମାଲବାହୀ ଗାଡ଼ିକୁ ଅଟକାଇଛନ୍ତି। ଅନ୍ୟପକ୍ଷରେ କାରଖାନା କର୍ତ୍ତୃପକ୍ଷ ପ୍ରାୟ ୭୦ଲକ୍ଷ ଟଙ୍କାର ମାଲ ବିକ୍ରି କରିସାରିଛନ୍ତି। ହେଲେ ଆଲୋଚନା ଅନୁଯାୟୀ କୋଣସି ପଇସା ପ୍ରଦାନ କରାଗଲାନାହିଁ। ଗତ ଦୁଇଦିନ ତଳେ ଏକ ବୈଠକରେ ୭୦ ଲକ୍ଷ ଟଙ୍କାକୁ ଭାଗକରି ପଇସା ଦେବାକୁ ଶ୍ରମିକ, କର୍ମଚାରୀମାନେ ଦାବି କରିଥିଲେ। ତାହାମଧ୍ୟ କାର୍ଯ୍ୟକାରୀ କରାଗଲାନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe