The Financial Express
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ପାଟିମାଲରେ ଗ୍ରାମରେ କୀଟନାଶକ ବିଷପାନ କରି ମା’-ଝିଅଙ୍କ ମୃତ୍ୟୁ ହୋଇଛି। ଘରେ ଥିବା ନାବାଳକ ପୁଅ ଗୁରୁତର ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବା ଜଣାପଡିଛି। ଘଟଣାଟି ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ଖପ୍ରାଖୋଲ ବ୍ଲକ ପାଟିମାଲରେ ଗ୍ରାମରେ ରହୁଥିବା କଲାବତୀ ସାହୁ(୬୫) ନିଜ ପୁଅ-ବୋହୁ ଓ ବିଧବା ଝିଅଙ୍କ ସହ ରହୁଥିଲେ। କୌଣସି କାରଣରୁ କଲାବତୀ ଓ ସନ୍ତୋଷିନୀ କୀଟନାଶକ ପିଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତଦେହ ଘରେ ପଡିଥିବା ବେଳେ ସନ୍ତୋଷିନୀର ନାବାଳକ ପୁଅ ମଧ୍ୟ କୀଟନାଶକ ପିଇଥିବା ସନ୍ଦେହ ହେଉଛି। ନାବାଳକ ପୁଅକୁ ଖପ୍ରାଖୋଲ ଡାକ୍ତରଖାନାକୁ ନେଇ ଚିକିତ୍ସିତ କରା ଯାଉଥିବା ଜଣାପଡିଛି। ବର୍ତ୍ତମାନ ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ୨ ମୃତଦେହକୁ ଉଦ୍ଧାର କରୁଥିବା ବେଳେ ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ଜଣାପଡିଛି। ତେବେ ମା’-ଝିଅ କୀଟନାଶକ ପିଇବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।
Follow Us