ରଜ ଦିନ ଅଘଟଣ: ପୋଖରୀରେ ବୁଡ଼ି ମା ଓ ଝିଅ ମୃତ

Advertisment
ରଜ ଦିନ ଅଘଟଣ: ପୋଖରୀରେ ବୁଡ଼ି ମା ଓ ଝିଅ ମୃତ

ଉମରକୋଟ: ରଜ ପାଇଁ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହେଇ ଉଠିଥିବା ବେଳେ ଆଜି ଏକ ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଠାରୁ ମାତ୍ର ୧ କିଲୋମିଟର ଦୂରରେ ଘଟି ଯାଇଛି। ଯାହାକି ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

ମିଳିଥିବା ସୂଚନା ଅନୁସାରେ ଉମରକୋଟ ବ୍ଲକ ଅନ୍ତର୍ଗତ ଚିକଲ ପଦର ଗ୍ରାମ ପଞ୍ଚାୟତ ଅଧୀନ ପୁଜାରୀଭରଣ୍ଡି ଗ୍ରାମର ୩୨ ବର୍ଷୀୟ। ଗୀତା କଲ।ର ନିଜ ୭ ବର୍ଷ ବୟସର ଝିଅ କରିସ୍ମା କଲାରକୁ ନେଇ ଗ୍ରାମ ଠାରୁ ମାତ୍ର ୪୦୦ ମିଟର ଦୂରରେ ଥିବା ପୁଜାରୀ ଭରଣ୍ଡି ଓ ମିଟୁଗୁଡ଼ା ମଝିରେ ଥିବା ଏକ ପୋଖରୀକୁ ଗାଧେଇବା ପାଈଁ ଯାଇ ଥିଲେ। ସାଙ୍ଗରେ ନେଇଥିବା ମଇଳା ଲୁଗା ସଫା କରୁଥିବା ବେଳେ ପହଁରା ଜାଣି ନ ଥିବା କରିସ୍ମା ଗାଧେଇବାକୁ ପୋଖରୀକୁ ଗାଧେଇବା ପାଈଁ ପ୍ରଵେଶ କରି ଥିଲେ। କିଛି ସମୟ ଭିତରେ ହିଁ କରିଶ୍ମ। ପାଣିରେ ବୁଡ଼ି ଛଟ ପଟ ହେଉଥିବା ଦେଖି ମା ଝିଅଙ୍କୁ ବଞ୍ଚାଇବାକୁ ଯାଇ ପୋଖରୀ ଭିତରେ ପ୍ରବେଶ କରି ଥିଲେ।

ତେବେ ମା ମଧ୍ୟ ପୋଖରୀରେ ବୁଡ଼ି ମୃତ୍ୟୁ ବରଣ କରିଥିଲେ। ତେବେ ଏହି ସମୟ ରେ କିଛି ଛୋଟ ପିଲା ଗାଧେଇବାକୁ ଯାଇ ଘଟଣାକୁ ଦେଖି ଧାଇ ଧାଈ ଆସି ଗ୍ରାମରେ ଜଣାଇ ଥିଲେ। ତେବେ ଖବର ପାଇ ଗ୍ରାମବାସୀ ପୋଖରୀ ନିକଟରେ ପହଂଚି ଯାଇ ଥିଲେ। ତେବେ ଗ୍ରାମର କିଛି ଯୁବକ ପୋଖରୀ ଭିତରେ ପଶି ମା’ ଓ ଝିଅକୁ ମୃତ ଅବସ୍ଥାରେ ଉଦ୍ଧାର କରି ଥିଲେ।ଗ୍ରାମ ବାସିଙ୍କ କହିବା ହେଲା ଗୀତା ଙ୍କ ଘରେ ବୋର ୱେଲ ଅଛି, ସେମାନେ ପ୍ରାୟ ପୋଖରୀକୁ ଗାଧେଇବା ପାଇଁ ଯାଆନ୍ତୀ ନାହିଁ। ତେବେ ବିଦ୍ୟୁତ୍ ନ ଥିବାରୁ ପୋଖରୀକୁ ଆଜି ଗାଧେଇବା ପାଇଁ ଯାଇ ଥିଲେ। ଗୀତାଙ୍କ ସ୍ବାମୀ ମିସ୍ତ୍ରୀ ଭାବେ କାମ କରନ୍ତି। କରିସ୍ମା ଗା ସ୍କୁଲରେ ଦ୍ଵିତୀୟ ଶ୍ରେଣୀରେ ପାଠ ପଡୁ ଥିଲା। ବର୍ତ୍ତମାନ ଗୀତାର ଅଡେ଼ଇ ବର୍ଷର ଝିଅ ଟି ମଧ୍ୟ ଅଛି।

ପୂର୍ବେ ପୋଖରୀଟା ସେତେ ଗଭୀର ନ ଥିଲା। ତେବେ ପୋଖରୀକୁ ଲାଗି ଯାଇଥିବା ରାୟପୁର ଠାରୁ ବିଶାଖାପାଟଣାକୁ ସଂଯୋଗ କରିଥିବା ଭାରତ ମାଳା ରାସ୍ତା ନିର୍ମାଣରେ ଏହି ପୋଖରୀରୁ ମାଟି ନେଇ ଥିବା ଯୋଗୁ ଗଭୀର ହେଇ ଯାଇଥିଲା। ତେବେ ଗ୍ରାମରୁ କିଛି ଲୋକେ ଉମରକୋଟ ଥାନାକୁ ଯାଇ ଲିଖିତ ଅଭିଯୋଗ କରିବା ପରେ ଉମରକୋଟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା। ପରେ ପୁଲିସ ୨ ମୃତ ଶରୀରକୁ ନେଇ ଉମରକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲା ଓ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଥିଲ।। ସନ୍ଧ୍ୟ।ରେ ଶୋକାକୁଳ ପରିବେଶରେ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହେଇ ଥିଲା। ତେବେ ଘଟଣାକୁ ନେଇ ସମଗ୍ର ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe