ସରୁନି ଦାଦନ ଦୁଃଖ: ଖଟି ଖାଇବାକୁ ତେଲେଙ୍ଗାନା ଯାଇଥିଲେ; ବିଦ୍ୟୁତ୍‌ ଆଘାତରେ ମା, ଝିଅ ମୃତ 

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ମୈଦଲପୁର: ୭ମାସ ତଳେ ଇଟା କାମ କରିବାକୁ ପରିବାର ୭ଜଣ ସଦସ୍ୟ ତେଲେଙ୍ଗାନାର ଶାନ୍ତିନଗରକୁ ଯାଇଥିଲେ। ସେଠାରେ ବୁଧବାର ମଧ୍ୟାହ୍ନ ୧୨ଟା ବେଳେ କାଳବୈଶାଖୀରେ କରେଣ୍ଟ ତାର ଛିଣ୍ଡି ଯିବାରୁ ମା, ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ପାପଡାହାଣ୍ଡି ବ୍ଲକ ସେମଳା ପଂଚାୟତ ପକନାଗୁଡା ଗାଁର ବିନ୍ଧାଣିସାହିର ବିଦ୍ୟା ବିନ୍ଧାଣିଙ୍କ ସ୍ତ୍ରୀ ବେନି ବିନ୍ଧାଣି (୩୫)ଓ ଝିଅ ବବି ବିନ୍ଧାଣି (୧୩)।

ସୂଚନା ଅନୁସାରେ, ବିଦ୍ୟା ତାଙ୍କ ପରିବାର ସମସ୍ତ ସଦସ୍ୟ ଙ୍କୁ ନେଇ ଇଟା କାମ କରିବା ପାଇଁ ତେଲେଙ୍ଗାନାର ଶାନ୍ତିନଗରକୁ ଯାଇଥିଲେ। ସେଠାରେ କରେଣ୍ଟ ଆଘାତ ଲାଗି ଆଜି ସକାଳେ ବେନି ଓ ବବି ସେଠାରେ ଟଳି ପଡ଼ିଥିଲେ। ଖବର ପ୍ରଚାର ହେବାରୁ ଅଂଚଳ ରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଆସନ୍ତାକାଲି ମରଶରୀର ପକନାଗୁଡାରେ ପହଂଚିବ ବୋଲି ସାହି ପଡ଼ିଶାର ଲୋକେ କହିଛନ୍ତି। ଏ ନେଇ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe