ସେଲ୍‌ଫି ନିଶା: କାଠଯୋଡ଼ିକୁ ଖସିପଡ଼ିଲେ ମହିଳା, ଉଦ୍ଧାର କରିବାକୁ ଡେଇଁପଡ଼ିଲେ ଝିଅ, ଅଳ୍ପକେ ବର୍ତ୍ତିଗଲେ

Advertisment
ସେଲ୍‌ଫି ନିଶା: କାଠଯୋଡ଼ିକୁ ଖସିପଡ଼ିଲେ ମହିଳା, ଉଦ୍ଧାର କରିବାକୁ ଡେଇଁପଡ଼ିଲେ ଝିଅ, ଅଳ୍ପକେ ବର୍ତ୍ତିଗଲେ

ବାରଙ୍ଗ : ବେପରୱା ଭାବେ ଯେଉଁଠି ନାହିଁ ସେଠି ସେଲ୍‌ଫି ନେବା କେତେ ଯେ ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ, ତାହାର ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି କଟକରେ। କାଠଯୋଡ଼ିରେ ଭାସି ଯାଉଯାଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମା’ ଓ ଝିଅ। ପ୍ରଥମେ ଦୁହେଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ନେଇ ପ୍ରଚାର ହୋଇଥିଲା।

publive-image

ମହିଳା ହେଉଛନ୍ତି, ଅଞ୍ଜଳି ମହାନ୍ତି। ସେ ଭୁବନେଶ୍ବରର ଭିଏସ୍‌ଏସ୍‌ ନଗରରେ ରହୁଥିବା ବେ‌ଳେ ଏକ ବିଉଟି ପାର୍ଲର୍‌ କରିଛନ୍ତି। ତାଙ୍କ ସ୍ବାମୀ ସୁଜନ ମହାନ୍ତି ଜଣେ ଠିକାଦାର। ଝିଅ ଋତୁପର୍ଣ୍ଣା(୧୬) +୨ରେ ପଢୁଛନ୍ତି। ମା’ ଓ ଝିଅଙ୍କ କହିବା ଅନୁସାରେ, ତ୍ରିଶୂଳିଆରୁ କଟକ ସହରକୁ ସଂଯୋଗ କରୁଥିବା କାଠଯୋଡ଼ିର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ଉପରେ ଆକ୍‌ଟିଭା ଗାଡ଼ି ରଖି ରହି ସେଲ୍‌ଫି ନେଉଥିଲେ। ସେଲ୍‌ଫି ନେବାବେଳେ ପ୍ରଥମେ ମା’ ନଦୀ ଭିତରକୁ ଖସି ପଡ଼ିଥିଲେ। ମା’ଙ୍କୁ ଉଦ୍ଧାର କରିବା ପାଇଁ ଝିଅ ପାଣିକୁ ଡେଇଁ ପଡିଥିଲେ। କିନ୍ତୁ ସେମାନେ ପାଣିରେ ପଡ଼ି ବାଲିପଠାରେ ରହିଯାଇଥିଲେ। ପୁଲିସ ଓ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବାକୁ ପଦକ୍ଷେପ ନେଇଥିଲେ। ଏହାପରେ ସେମାନଙ୍କୁ ବାରଙ୍ଗ ଥାନାକୁ ଆଣି ଜେରା କରିଥିଲେ। ଜେରା ସମୟରେ ଦୁହେଁ ଘଟଣା ସମ୍ପର୍କରେ ବର୍ଣ୍ଣନା କଲେ, ଯାହାକି ସମସ୍ତଙ୍କୁ ଚକିତ କରିଦେଇଥିଲା। ଦୁହେଁ କହିଛନ୍ତି ଯେ ପରିବାରରେ କୌଣସି ପ୍ରକାର ତିକ୍ତତାରୁ ଏଭଳି ଘଟିନାହିଁ। ଏହା କେବଳ ଏକ ଦୁର୍ଘଟଣା ଓ ଦୁହେଁ ସୁସ୍ଥ ଅଛନ୍ତି। ଏସବୁ ଲିଖିତ ଭାବେ ଜଣାଇବା ପରେ ପୁଲିସ ଦୁହିଁଙ୍କୁ ଛାଡ଼ି ଦେଇଛି।

publive-image

ଆଜି ଅପରାହ୍ନ ସାଢେ ୪ଟା ବେଳେ ନେତାଜୀ ସେତୁ ଉପରେ ଏହି ଘଟଣା ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe