ବଜ୍ରପାତରେ ମା’-ଝିଅ ସମେତ ୩ ମୃତ

Advertisment
ଆସାମରେ ୧୮ ଜଙ୍ଗଲି ହାତୀ ମୃତ; ବଜ୍ରାଘାତ ସନ୍ଦେହ

Image Courtesy of Jacarnada FM

ଘଟଗାଁ/ଢେଙ୍କିକୋଟ : କେନ୍ଦୁଝରର ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଖଣ୍ଟଘର ପଞ୍ଚାୟତ ମହୁଲଗାଡ଼ିଆ କୁଦୁରଗୁଡ଼ା ସାହିରେ ଶୁକ୍ରବାର ଅପରାହ୍ଣରେ ବଜ୍ରପାତ ଘଟି ୩ ଜଣ ଯାଯାବରଙ୍କର ଜୀବନ ଯାଇଛି। ସେମାନେ ହେଲେ; ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚି ଥାନା ଅନ୍ତର୍ଗତ ଚେରେଇ ଗାଁର କୁବାନି ବାସ୍‌ଲେଙ୍କ ପତ୍ନୀ ରାମକେଲି(୪୦), ତାଙ୍କ ଝିଅ ଆୟୁସିନ୍‌ (୪) ଏବଂ ଅମରେଶ ପାୱାରଙ୍କ ପତ୍ନୀ ଦିଲୁୱା ପାୱାର।

ପ୍ରାୟ ଏକମାସ ହେବ ଯାଯାବର କେଳା ସଂପ୍ରଦାୟର ୫୦ରୁ ଅଧିକ ଲୋକ ଅସ୍ଥାୟୀ ଭାବେ ତମ୍ବୁ ମାରି ଏଠାରେ ରହୁଥିଲେ। ସେମାନେ ସ୍ଥାନୀୟ ଅଞ୍ଚଳରେ ଛୋଟ ମୋଟ ବେପାର କରି ଚଳୁଥିଲେ। ଆଜି ଅପରାହ୍ଣରେ ଝଡ଼ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଲାଗିରହିଥିଲା। ଏହି ସମୟରେ ଏକ ଗଛ ମୂଳେ ଥିବା ମା’ ଝିଅଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିଲା। ସେହିପରି ତମ୍ବୁ ଭିତରେ ମୋବାଇଲରେ କଥା ହେଉଥିବା ବେଳେ ବଜ୍ରପାତ ହେବାରୁ ଦିଲୁୱା ପାୱାରଙ୍କ ମୃତ୍ୟୁ ଘଟିଥିଲା। ଘଟଗାଁ ବିଡିଓ ନାରାୟଣ ସାହୁ ଏବଂ ଏବିଡିଓ ଚିତ୍ତରଞ୍ଜନ ନାୟକ ଘଟଣାସ୍ଥଳକୁ ଯାଇଥିଲେ। ସମସ୍ତ ଯାଯାବରଙ୍କୁ ନିକଟସ୍ଥ ବିଦ୍ୟାଳୟରେ ରଖିବା ବ୍ୟବସ୍ଥା କରାଇବା ସହିତ ସେମାନଙ୍କର ସୁବିଧା ଅସୁବିଧା ବିଷୟରେ ବୁଝିବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe