ମା’ ଝିଅ ସରପଞ୍ଚ ନିର୍ବାଚିତ

ମା’ ଝିଅ ସରପଞ୍ଚ ନିର୍ବାଚିତ

India TV News

ଧର୍ମଶାଳା: ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ କୁମାରୀ ପଞ୍ଚାୟତର ସରପ‌ଞ୍ଚ ଭାବେ ମା’ କ୍ଷୀରୋଦପ୍ରଭା ସାମଲ ନିର୍ବାଚିତ ହୋଇଥିବା ବେଳେ ଝିଅ ସ୍ନେହାଞ୍ଜଳି ଗନ୍ତାୟତ ଅଭୟପୁର ପଞ୍ଚାୟତର ସରପ‌ଞ୍ଚ ହୋଇଛନ୍ତି। କ୍ଷୁଦ୍ର ଜଳସେଚନ ବିଭାଗର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ବଟକୃଷ୍ଣ ସାମଲଙ୍କ ପତ୍ନୀ ତଥା ଜାରକା ପଞ୍ଚାୟତର ପୂର୍ବତନ ସରପ‌ଞ୍ଚ ପ୍ରଭୁରଞ୍ଜନ ସାମଲଙ୍କ ମା’ କ୍ଷୀରୋଦପ୍ରଭା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ପୂର୍ବତନ ସରପ‌ଞ୍ଚ କବିତା ବେହେରାଙ୍କୁ ୫୩୩ ଖଣ୍ତ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି।

ଏଠାରେ କବିତାଙ୍କୁ ବିଜେଡି ପକ୍ଷରୁ ସମର୍ଥନ ଦିଆଯାଇଥିବା ବେଳେ ସେ ୧୧୪୮ ଖଣ୍ତ ଭୋଟ୍ ପାଇଥିଲେ। କ୍ଷୀରୋଦପ୍ରଭା ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ ୧୬୮୧ ଖଣ୍ତ ପାଇଥିଲେ। ସେହିପରି ତାଙ୍କ ଝିଅ ତଥା ସାମ୍ବାଦିକ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ପତ୍ନୀ ସ୍ନେହାଞ୍ଜଳି ନିକଟତମ ପ୍ରତିଦ୍ବନ୍ଦ୍ବୀ ନିର୍ମଳା ବିଶ୍ବାଳଙ୍କୁ ୧୧୩ ଖଣ୍ତ ଭୋଟ୍‌ରେ ପରାସ୍ତ କରିଛନ୍ତି। ଉଭୟ ବିଜେଡିର ହୋଇଥିବାରୁ ଦଳ ପକ୍ଷରୁ କାହାରିକୁ ସମର୍ଥନ ଦିଆଯାଇନଥିଲା। ଅବସରପ୍ରାପ୍ତ ଶିକ୍ଷାଧିକାରୀ ଅକ୍ଷୟ କୁମାର ବିଶ୍ବାଳଙ୍କ ପତ୍ନୀ ନିର୍ମଳା ୧୫୪୦ ଖଣ୍ତ ଭୋଟ୍ ପାଇଥିବା ବେଳେ ସ୍ନେହାଞ୍ଜଳି ୧୬୫୩ ଖଣ୍ତ ଭୋଟ୍ ପାଇ ବିଜୟୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe