ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମା’-ପୁଅ ମୃତ

Advertisment
ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅଧୀନସ୍ଥ ବରିକେଲ ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମା’-ଛୁଆଙ୍କ ମୃତ୍ୟୁ ଘଟିବା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି। ଗ୍ରାମର ଶ୍ୟାମନ୍ତ ବାଗଙ୍କ ପତ୍ନୀ ଅଞ୍ଜଳି ନିଜ ୮ମାସର ପୁଅ ଗୌରବକୁ କାଖେଇ ଆଲମାରି ଖୋଲି କିଛି ଜିନିଷପତ୍ର କାଢ଼ିବାକୁ ଯାଇଥିଲେ। କିନ୍ତୁ ଆଲମାରିରେ ପୂର୍ବରୁ ବିଦ୍ୟୁତ ସ୍ରୋତ ଥିବା ଜାଣିପାରି ନଥିଲେ। ଘର ଭିତରେ ପୁରୁଣା ତାର ଯୋଗେ ଲାଇନ ଟଣା ଯାଇଥିଲା। କୌଣସି ସ୍ଥାନରେ ତାର କଟି ଆଲମାରିରେ ଲାଗି ରହିଥିଲା।

ଆଲମାରି ଖୋଲିବା କ୍ଷଣି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମାଁ- ଛୁଆ କଚାଡ଼ି ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଥାନା ଅଧିକାରୀ ରାଜେଦ୍ର ସିଅଲ ଓ ପୁଲିସ୍‌ କର୍ମଚାରୀ ଶବ ଜବତ କରିଥିଲେ। ଏ ନେଇ ପୁଲିସ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe