ନଦୀରେ ବୁଡ଼ି ମା’-ପୁଅ ମୃତ

ନଦୀରେ ବୁଡ଼ି ମା’-ପୁଅ ମୃତ

ଦିଗପହଣ୍ତି : ସନ୍ତାନକୁ ରକ୍ଷା କରିବା ପାଇଁ ମା’ ନିଜ ଜୀବନକୁ ମଧ୍ୟ ବାଜି ଲଗାଇଦିଏ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ତି ତହସିଲ୍‌ ନିମଖଣ୍ତି ପଞ୍ଚାୟତ ଅନ୍ତର୍ଗତ ପନାଡ଼ ଗ୍ରାମରେ। ଘୋଡ଼ାହାଡ଼ ନଦୀରେ ଗାଧୋଇବାକୁ ଯାଇ ଗଭୀର ଗଣ୍ତରେ ଡୁବି ଯାଉଥିବା ୯ ବର୍ଷର ପୁଅକୁ ବଞ୍ଚାଇବାକୁ ଯାଇ ମା’ ନଦୀ ଭିତରକୁ ଲମ୍ଫ ମାରିଛି। କିନ୍ତୁ ନଦୀର ପ୍ରଖର ସୁଅ ଓ ଗଣ୍ତର ଗଭୀରତା ପୁଅ ସହ ମା’କୁ ବି ଟାଣି ନେଇଛି। ଉଭୟଙ୍କ ସଲୀଳ ସମାଧି ନେଇଛନ୍ତି।

ସୂଚନାନୁସାରେ, ସବୁ ଦିନ ଭଳି ଆଜି ସକାଳେ ପନାଡ଼ ଗାଁର ସୁଷମା ମହାରଣା (୩୫) ପୁଅ ସୁଧା˚ଶୁ ଓ ଯାଆ ମମତାଙ୍କ ସହ ଘୋଡ଼ାହାଡ଼ ନଦୀକୁ ଗାଧୋଇବାକୁ ଯାଇଥିଲେ। ସୁଷମା ନଦୀ ପଠାରେ ଲୁଗା ସଫା କରୁଥିଲେ। ସୁଧା˚ଶୁ ନଦୀରେ ଗାଧୋଇବା ବେଳେ ପ୍ରଖର ସୁଅରେ ଭାସି ଯାଇଥିଲେ। ସେ ନଦୀର ଗଣ୍ତରେ ପଡ଼ି ଭିତରକୁ ଚାଲି ଯାଇଥିଲେ। ପୁଅର ଶେଷ ଚିତ୍କାର ଶୁଣି ସୁଷମା ଆଗପଛ ଚିନ୍ତା ନକରି ଗଣ୍ତ ଭିତରକୁ ଡେଇଁ ପଡ଼ିଥିଲେ। ସୁଧା˚ଶୁଙ୍କୁ ବଞ୍ଚାଇ ପାରିଲେ ନାହିଁ ବର˚ ନିଜେ ଗଣ୍ତ ଭିତରେ ଫସିଗଲେ। ଏହା ଦେଖି ସୁଷମାଙ୍କ ଯାଆ ସେମାନଙ୍କ ନିକଟକୁ ଲୁଗା ଟିଏ ଫିଙ୍ଗିଥିଲେ । ଲୁଗାଟି ସେମାନଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ମା’ ଓ ପୁଅ ଉଭୟ ଗଣ୍ତ ଭିତରେ ଡୁବି ଯାଇଥିଲେ। ସେ ସମୟରେ ଗାଧୋଇବାକୁ ଗାଁର କିଛି ଲୋକ ନଦୀ ପଠାରେ ଥିଲେ ମଧ୍ୟ ଗଭୀର ଗଣ୍ତକୁ ଭୟ କରି ଉଭୟଙ୍କୁ କେହି ଉଦ୍ଧାର କରିବାକୁ ସାହସ କରିପାରି ନଥିଲେ। ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଗଣ୍ତ ଭିତରୁ ଉଦ୍ଧାର କରି ଦିଗପହଣ୍ତି ହସ୍‌ପିଟାଲ୍‌କୁ ଆଣିଥିଲେ। କିନ୍ତୁ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe