ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା ମାମଲା: ମା’ ଓ ପୁଅକୁ ୧୦ବର୍ଷ ଲେଖାଏଁ ଜେଲ୍

ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା

୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

କଂଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ସହରର କାଦୋପଡାରେ ଠାରେ ୨୦୧୧ ମସିହାରେ ଜଣେ ବିହାହିତା ମହିଲା ପିଙ୍କି ଘିବେଲାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ବିବାହର ୩ମାସ ପରେ ନିଜ ସ୍ୱାମୀଙ୍କ ଘରେ କଂଟାବାଞ୍ଜି(ଆନନ୍ଦନଗର) ହିଁ ଝୁଲାନ୍ତା ଅବସ୍ଥାରେ କଂଟାବାଞ୍ଜି ପୁଲିସ ଶବ ଉଦ୍ଧାର କରିଥିଲା। ଏହି ଘଟଣାରେ ଆଜି କଣ୍ଟାବାଞ୍ଜି ଏଡିଜେ ସ୍ୱାମୀ ପୂର୍ଣ୍ଣ ବଗର୍ତ୍ତୀ ଓ ମା’ ଲାଲଦେଇ ବଗର୍ତ୍ତୀଙ୍କୁ ୧୦ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୧ ଜୁଲାଇ ମାସ ୨୭ ତାରିଖ ଦିନ ସନ୍ଧ୍ୟା ସମୟରେ ପୂର୍ଣ୍ଣ ବଗର୍ତ୍ତୀଙ୍କ ସ୍ତ୍ରୀ ପିଙ୍କି ଘିବେଲା ଦଉଡି ସାହାଯ୍ୟରେ  ନିଜ ସ୍ୱାମୀ ଘରେ ହିଁ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା । ଏହାକୁ ନେଇ ମୃତ ପିଙ୍କିଙ୍କ ପରିବାର ଲୋକେ ଯୌତୁକ ପାଇଁ ମାରି ଦେଇଥିବା ଏକ ଲିଖିତ ଅଭିଯୋଗ କଂଟାବାଞ୍ଜି ଥାନାରେ ଦେଇଥିଲେ । ଏହାକୁ ନେଇ ପୁଲିସ ଅନେକ ଦିଗକୁ ଦେଖି ତନାଘନା ଆରମ୍ଭ ମଧ୍ୟ କରିଥିଲା । ଅଭିଯୋଗକୁ ଆଧାର କରି ପୁଅ ଓ ମା’ଙ୍କୁ ପୁଲିସ ଗିରଫ କରିବା ସହ ଜେଲ ହାଜତକୁ ପଠାଇଥିଲା । ପରେ କୋର୍ଟ ତାଙ୍କୁ ଜାମିନ୍‌ରେ ଛାଡିବା ପରେ ସେମାନେ ଉଭୟ ଘରେ ଥିଲେ । କିନ୍ତୁ ଏହି କେସ୍‌ର ଶୁଣାଣିରେ ମାନ୍ୟବର ଏଡିଜେ କୋର୍ଟ ତାଙ୍କୁ ବୁଧବାର ଯୌତୁକ ଜନିତ ନିର୍ଯାତନା ଓ ହତ୍ୟା ମାମଲାରେ ୧୦ବର୍ଷ ଲେଖାଏଁ ଜେଲ ଦଣ୍ଡ ଦେଇଛନ୍ତି । ସରକାରୀ ଓକିଲ କାନନ କିଶୋର ପଣ୍ଡା ମାମଲାର ପରିଚାଳନା କରିଥିବା ବେଲେ ଅଭିଯୁକ୍ତଙ୍କ ପକ୍ଷରୁ ମନୋଜ କୁମାର ଦାସ ଲଢ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe